ଏସିଆ କପ୍ ୨୦୨୩ ଉଦ୍ଘାଟନ ପାଇଁ ପାକିସ୍ତାନ ଯିବେ ବିସିସିଆଇ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ, ଓ୍ଵାଘା ବର୍ଡର ଦେଇ ଏଣ୍ଟ୍ରି କରିବେ
ଏସିଆ କପ୍ ୨୦୨୩ ଉଦ୍ଘାଟନ ମ୍ୟାଚ ପାଇଁ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପାକିସ୍ତାନ ଯିବେ । ଓ୍ଵାଘା ବର୍ଡର ଦେଇ ପାକିସ୍ତାନ ଯିବେ । ପିସିବି ଦେଇଥିବା ନିମନ୍ତ୍ରଣକୁ ସ୍ୱୀକାର କରିଛି ବିସିସିଆଇ ।

ଏସିଆ କପ୍ ୨୦୨୩ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏସିଆ କପର ଉଦଘାଟନ ପାଇଁ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପାକିସ୍ତାନ ଯିବେ । ପାକିସ୍ତାନ କ୍ରିକେଟ ବୋର୍ଡ କିଛିଦିନ ପୂର୍ବରୁ ବିସିସିଆଇର ସମସ୍ତ ପ୍ରମୁଖ ପଦାଧିକାରୀଙ୍କୁ ନିମନ୍ତ୍ରଣ ଦେଇଛି । ଆଉ ପାକିସ୍ତାନ କ୍ରିକେଟ ବୋର୍ଡ ଦେଇଥିବା ନିମନ୍ତ୍ରଣକୁ ସ୍ୱୀକାର କରିଛି ବିସିସିଆଇ ।
ରୋଜର ବିନ୍ନି ଏବଂ ରାଜୀବ ଶୁକ୍ଲା ପତ୍ନୀମାନଙ୍କ ସହିତ ୪ ସେପ୍ଟେମ୍ବରରେ ଲାହୋରରେ ପିସିବିର ଗଭର୍ଣ୍ଣର ହାଉସ ଦ୍ୱାରା ଆୟୋଜନ ହୋଇଥିବା ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କରାଯାଇଛି । ଏସିଆ କପର ଉଦ୍ଘାଟନ ୩୦ ଅଗଷ୍ଟରେ ମୁଲତାନରେ ହେବ । ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ ।
ଜୟ ଶାହା ମନା କରିବା ପରେ ପିସିବି ଏସିଆ କପ୍ ମ୍ୟାଚ୍ ଉଦ୍ଘାଟନୀ ପାଇଁ ରୋଜର ବିନ୍ନି ଏବଂ ରାଜୀବ ଶୁକ୍ଲାଙ୍କୁ ଆମନ୍ତ୍ରିତ କରିଛି । ପିସିବିର ନିମନ୍ତ୍ରଣକୁ ସ୍ୱୀକାର ମଧ୍ୟ କରାଯାଇଛି । ତେଣୁ ବିସିସିଆଇ ଅଧିକାରୀ ଏସିଆ କପର ଉଦ୍ଘାଟନୀ ମ୍ୟାଚ ଦେଖିବାକୁ ପାକିସ୍ତାନ ଯାଇପାରନ୍ତି ।
ଏମାନେ ଓ୍ଵାଘା ବର୍ଡର ଜରିଆରେ ଲାହୋର ଯିବେ । ସେପ୍ଟେମ୍ବର ୪ ତାରିଖରେ ଯାଇ ୭ ସେପ୍ଟମ୍ବର ପର୍ଯ୍ୟନ୍ତ ପାକିସ୍ତାନରେ ରହିବେ ।
ଏସିଆ କପର ଆରମ୍ଭ ୩୦ ଅଗଷ୍ଟରୁ ହେବ । ଫାଇନାଲ ମ୍ୟାଚ ୧୭ ସେପ୍ଟେମ୍ବରରେ ଖେଳାଯିବ । ଚଳିତବର୍ଷ ହାଇବ୍ରିଡ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ୪ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ ।
ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି, କେଏଲ ରାହୁଲ(ଓ୍ଵିକେଟ କିପର), ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, ଜସପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଈଶାନ କିଶନ(ଓ୍ଵିକେଟ କିପର), ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା, ସଞ୍ଜୁ ସାମସନ (ବ୍ୟାକ୍ଅପ୍)
ଏସିଆ କପ୍ କାର୍ଯ୍ୟସୂଚୀ :
୩୦ ଅଗଷ୍ଟ : ପାକିସ୍ତାନ ବନାମ ନେପାଳ (ମୁଲତାନ)
୩୧ ଅଗଷ୍ଟ : ବାଂଲାଦେଶ ବନାମ ଶ୍ରୀଲଙ୍କା (କ୍ୟାଣ୍ଡି)
୨ ସେପ୍ଟେମ୍ବର : ଭାରତ ବନାମ ପାକିସ୍ତାନ (କ୍ୟାଣ୍ଡି)
୩ ସେପ୍ଟେମ୍ବର: ବାଂଲାଦେଶ ବନାମ ଆଫଗାନିସ୍ତାନ (ଲାହୋର)
୪ ସେପ୍ଟେମ୍ବର : ଭାରତ ବନାମ ନେପାଳ (କ୍ୟାଣ୍ଡି)
୫ ସେପ୍ଟେମ୍ବର : ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ (ଲାହୋର)