ନୂଆ ଫୋନ କିଣିବା ପରେ ପୁରୁଣା ଅଦରକାରୀ ଫୋନକୁ ଫୋପାଡ଼ୁଛନ୍ତି କି? ଏପରି କରନ୍ତୁ ବ୍ୟବହାର

କମ୍ପାନୀଗୁଡିକ ପ୍ରତିଦିନ ନୂଆ ଫିଚର ଏବଂ ଅପଡେଟଗୁଡିକ ବ୍ୟବହାର କରୁଥିବାରୁ ଆପଣ ନୂଆ ଫୋନ କିଣିବାକୁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଏପରି ପରିସ୍ଥିତିରେ ଆପଣ ପୁରୁଣା ଫୋନ କଣ କରିବେ ? ଆପଣ ନିଜର ପୁରୁଣା ଫୋନ ସବୁଦିନ ପାଇଁ କାମ କରିବା ପାଇଁ କ’ଣ କରିବେ ଆସନ୍ତୁ ଜାଣିବା ।

ଫୋନ ନିର୍ମାଣ କରୁଥିବା କମ୍ପାନୀଗୁଡିକ ପ୍ରତିଦିନ କିଛି ନା କିଛି ଅପଡେଟ କିମ୍ବା ନୂଆ ଫୋନ୍ ଲଞ୍ଚ କରୁଛନ୍ତି । ନୂଆ ଫିଚର ଏବଂ ଅପଡେଟଗୁଡିକ ବ୍ୟବହାର କରୁଥିବାରୁ ଆପଣ ନୂଆ ଫୋନ କିଣିବାକୁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଏପରି ପରିସ୍ଥିତିରେ ଆପଣ ପୁରୁଣା ଫୋନ କଣ କରିବେ ? ଏମିତି କଣ କରିବା ଉଚିତ ଯାହା ଦ୍ୱାରା ଫୋନ ଖରାପ ହେବା ପରେ ମଧ୍ୟ ଏହା ସବୁବେଳେ କାମ କରିବ ଏବଂ ଏହା ଦୀର୍ଘ ଦିନ ଚାଲିିବ । ଆପଣ ନିଜର ପୁରୁଣା ଫୋନ ସବୁଦିନ ପାଇଁ କାମ କରିବା ପାଇଁ କ’ଣ କରିବେ ଆସନ୍ତୁ ଜାଣିବା ।

ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ବିଷୟରେ ଜଣାଇବୁ ଯାହା ସାହାଯ୍ୟରେ ଆପଣ ଆପଣଙ୍କର ପୁରୁଣା ଫୋନକୁ ଏକ ଭିନ୍ନ ଗ୍ୟାଜେଟରେ ବଦଳାଇ ପାରିବେ । ଆପଣ ନିଜର ପୁରୁଣା ଅଦରକାରୀ ସ୍ମାର୍ଟଫୋନକୁ ଏକ ଭଲ ସ୍ମାର୍ଟ ଫଟୋ ଫ୍ରେମରେ ବଦଳାଇ ପାରିବେ । ଯଦି ଆପଣଙ୍କ ନିକଟରେ ଏକ ଟାବଲେଟ୍ ଅଛି ତେବେ ଏହା ଆହୁରି ଭଲ କାମ କରିବ । ଅର୍ଥାତ ବର୍ତ୍ତମାନ ଆପଣ ନିଜର ଟ୍ୟାବଲେଟ କିମ୍ବା ସ୍ମାର୍ଟଫୋନକୁ ଏକ ଡିଜିଟାଲ ଫ୍ରେମରେ ବଦଳାଇ ପାରିବେ ।

ଡିଜିଟାଲ ଫଟୋ ଫ୍ରେମ :
ଏହାର ସବୁଠାରୁ ବଡ ସୁବିଧା ହେଉଛି ଆପଣ ଏକ ସାଧାରଣ ଫଟୋ ଫ୍ରେମରେ କେବଳ ଗୋଟିଏ କିମ୍ବା କିଛି ସିଲେକ୍ଟ କରିଥିବା ଫଟୋ ରଖିପାରନ୍ତି । କିନ୍ତୁ ଏହି ଡିଜିଟାଲ ଫ୍ରେମରେ ଆପଣ ଯେତେ ଚାହିଁବେ ଫଟୋ ରଖିପାରିବେ । ଏହି ଫଟୋଗୁଡ଼ିକ ସମୟ ସମୟରେ ଆପେ ଆପେ ଚେଞ୍ଜ ହୋଇପାରିବ । ଆଇଓଏସ ଏବଂ ଆଣ୍ଡ୍ରଏଡ ଫୋନରେ ଅନେକଗୁଡ଼ିଏ ଅପ୍ସନ ଏବଂ ଟୁଲ୍‌ ଆସିଥାଏ ଯାହା ଆପଣଙ୍କୁ ଆପଣଙ୍କର ସ୍ମାର୍ଟ ଡିଭାଇସକୁ ଡିଜିଟାଲ ଫ୍ରେମରେ ବଦଳାଇବାରେ ସାହାଯ୍ୟ କରିଥାଏ । ପୁରୁଣା ଫୋନକୁ କିପରି ଡିଜିଟାଲ ଫଟୋ ଫ୍ରେମରେ ବଦଳାଇବେ ଜାଣି ରଖନ୍ତୁ ।

.ଗୁଗଲ ପ୍ଲେ ଷ୍ଟୋରରୁ ଫଟୋ-ଡିଜିଟାଲ ଫଟୋ ଫ୍ରେମ ଇନଷ୍ଟଲ କରନ୍ତୁ ଏବଂ ଆପଣଙ୍କର iOS ଡିଭାଇସରେ ଲାଇଭ ଫ୍ରେମ ଇନଷ୍ଟଲ କରନ୍ତୁ ।
.ଆପ୍ ଇନଷ୍ଟଲ ହେବା ପରେ ଡିଟେଲ୍ସ ପୁରଣ କରନ୍ତୁ ।
.ବର୍ତ୍ତମାନ ସ୍କ୍ରିନରେ କିଛି ଫଟୋ ସିଲେକ୍ଟ କରନ୍ତୁ, ଏଥିରେ ଆପଣ ଫୋନର ଗ୍ୟାଲେରୀ କିମ୍ବା କ୍ଲାଉଡ ଷ୍ଟୋରେଜରୁ ଫଟୋ କନେକ୍ଟ କରିପାରିବେ ।
.ଫଟୋ ସିଲେକ୍ଟ କରିବା ପରେ ଆପଣ ନିଜ ପସନ୍ଦର ଯେକୌଣସି ଗୀତ ସେଟ୍ କରିପାରିବେ ।
.ଏଥିରେ ଆପଣ ଫଟୋର ଟାଇମିଂ କଷ୍ଟୋମାଇଜ କରିପାରିବେ ଏବଂ ନିଜ ପସନ୍ଦର ମ୍ୟୁଜିକ ଭଲ୍ୟୁମ ସିଲେକ୍ଟ କରିପାରିବେ ।
. ଏହି ସମସ୍ତ ଷ୍ଟେପ ଫୋଲୋ କରିବା ପରେ ଓକେ ଉପରେ କ୍ଲିକ୍ କରନ୍ତୁ । ବର୍ତ୍ତମାନ ଆପଣଙ୍କର ପୁରୁଣା ଫୋନ ଏକ ଡିଜିଟାଲ ଫଟୋ ଫ୍ରେମରେ ପରିବର୍ତ୍ତନ ହୋଇଯିବ । ଏହି ଫୋନକୁ ଟାଇମ ଟୁ ଟାଇମ ଚାର୍ଜ ମଧ୍ୟ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.