ଆଉ ୟୁନିଫର୍ମରେ ରିଲ୍ସ କରିପାରିବେ ନାହିଁ କେନ୍ଦ୍ରୀୟ ସୁରକ୍ଷା କର୍ମୀ, ସୋସିଆଲ ମିଡିଆ ଗାଇଡଲାଇନ ଜାରି

ୟୁନିଫର୍ମରେ ରିଲ୍ସ କରିବା ଯବାନ ମନା । କେନ୍ଦ୍ରୀୟ ସୁରକ୍ଷା କର୍ମୀ ୟୁନିର୍ଫମରେ ରିଲ୍ସ କରିପାରିବେ ନାହିଁ । ସୋସିଆଲ ମିଡିଆ ଗାଇଡଲାଇନ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ।

କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ଲାଗି ସୋସିଆଲ ମିଡିଆ ଗାଇଡଲାଇନ୍ ଜାରି କରାଯାଇଛି । କୌଣସି ସୁରକ୍ଷା କର୍ମୀ ୟୁନିଫର୍ମରେ ଭିଡିଓ କି ରିଲ୍ସ କରିପାରିବେ ନାହିଁ । ସିଆରପିଏଫ୍ ଏହାର ଜବାନମାନଙ୍କୁ କହିଛି ସେମାନେ ନ ବୁଝି ନ ବିଚାରି ଅନଲାଇନରେ ଫ୍ରେଣ୍ଡସିପ୍ କରନ୍ତୁ ନାହିଁ । ଏହାସହିତ ସମ୍ବେଦନଶୀଳ ସ୍ଥାନର ଭିଡିଓ ବି ଅପଲୋଡ୍ କରିପାରିବେ ନାହିଁ । ଜାରି କରାଯାଇଥିବା ଚିଠିରେ କୁହାଯାଇଛି କି, ବହୁତ ଯବାନ ନିଜ ୟୁନିଫର୍ମରେ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ଅନେକ ଲୋକଙ୍କୁ ମେସେଜ ପଠାଉଛନ୍ତି । ତେଣୁ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଅଲଗା ଅଲଗା ଅର୍ଦ୍ଧସୈନକ ବଳ ଏବଂ ପୋଲିସ ଫୋର୍ସ ଚିଠି ଜାରି କରାଯାଇଛି ।

କେନ୍ଦ୍ରୀୟ ପ୍ରତିରକ୍ଷା ଫୋର୍ସର ଯବାନଙ୍କ ଲାଗି ସିଆରପିଏଫ୍ ପକ୍ଷରୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ଯବାନମାନେ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିବା ଯୋଗୁଁ ଅନେକ ସମସ୍ୟା ଉପୁଜୁଛି । ଏହି କାରଣରୁ ସେମାନେ ହନିଟ୍ରାପର ଶିକାର ହୋଇପଡୁଛନ୍ତି । ସିଆରପିଏଫ୍ ଏହାକୁ ଗମ୍ଭୀରତାର ସହ ନେଇ ଏହାର ଯବାନମାନଙ୍କ ଲାଗି ନିର୍ଦ୍ଦେଶ ଜାରି କରିଛି । ଏହି ନିର୍ଦ୍ଦେଶ ଯେଉଁମାନେ ପାଳନ ନ କରିବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

ସମସ୍ତ ଯବାନଙ୍କୁ ନିଷିଦ୍ଧାଞ୍ଚଳରେ ଭିଡିଓ ପରି ସୋସିଆଲ ମିଡିଆରେ ଅପଲୋଡ ନ କରିବାକୁ କୁହାଯାଉଛି । ଡ୍ୟୁଟି ସମୟରେ ସୋସିଆଲ ମିଡିଆର ବ୍ୟବହାର ନ କରିବା ସହିତ କୌଣସି ସମ୍ବେଦନଶୀଳ କଥା ସେୟାର ନ କରିବାକୁ କୁହାଯାଛି ।

ଆଇଟିବିପି ଏବଂ ବିଏସଏଫ ଯବାନଙ୍କୁ କହିଛି ସୀମା ପାଖ ଅଞ୍ଚଳରେ ଭିଡିଓ କରିବାକୁ ମନା କରିଛି । ଏହି ମାମଲା ଦେଶର ସୁରକ୍ଷା ସହିତ ଜଡିତ । ଚଳିତ ମାସ ବିଶାଖାପାଟନମରେ ନିୟୋଜିତ ଥିବା ଜଣେ ସିଆଇଏସଏଫ ଯବାନ ହନିଟ୍ରାଫରେ ଫସିଥିଲେ । ପାକିସ୍ତାନର ଜଣେ ମହିଳାଙ୍କ ସହିତ ସଂପର୍କ ରଖି ଅନେକ ସମ୍ବେଦନଶୀଳ ତଥ୍ୟ ଦେଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.