କେବେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା ? ନଜର ପକାନ୍ତୁ ଦ୍ବନ୍ଦ ଦୂର କରନ୍ତୁ

ଓଡ଼ିଶାରେ ୩୦ ତାରିଖ ଦିନ ହିଁ ରାକ୍ଷୀ ପୂର୍ଣ୍ଣିମା ,ଚନ୍ଦ୍ର ପୂଜା ,ଗହ୍ମା ପୂର୍ଣ୍ଣମୀ ନୀତି ପାଳିତ ହେବ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ଅନୁମୋଦନ ଦେଇଥିବା ପାଞ୍ଜିରେ ଗହ୍ମା ପୂର୍ଣ୍ଣମୀ ପାଳନ ଦିନକୁ ନେଇ ଦ୍ୱନ୍ଦ୍ୱ ରହିଛି ।

କେନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ପୁଣି ଥରେ ରାଖି ପୂର୍ଣ୍ଣିମା ପାଳନ ଦିନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଶ୍ରୀମନ୍ଦିରରେ ଆସନ୍ତା ୩୧ ତାରିଖରେ ଗହ୍ମା ପୂର୍ଣ୍ଣମୀ ବା ବଳଭଦ୍ର ଜନ୍ମ ନୀତି ପାଳନ ହେବାକୁ ଥିବାବେଳେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରରେ ୩୦ ତାରିଖ ଦିନ ବଳଭଦ୍ର ଜନ୍ମ ନୀତି ପାଳିତ ହେବ ।

ଓଡ଼ିଶାରେ ୩୦ ତାରିଖ ଦିନ ହିଁ ରାକ୍ଷୀ ପୂର୍ଣ୍ଣିମା ,ଚନ୍ଦ୍ର ପୂଜା ,ଗହ୍ମା ପୂର୍ଣ୍ଣମୀ ନୀତି ପାଳିତ ହେବ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ଅନୁମୋଦନ ଦେଇଥିବା ପାଞ୍ଜିରେ ଗହ୍ମା ପୂର୍ଣ୍ଣମୀ ପାଳନ ଦିନକୁ ନେଇ ଦ୍ୱନ୍ଦ୍ୱ ରହିଛି । ତେବେ ଆସନ୍ତା ୩୦ ତାରିଖ ସକାଳ ୧୦.୩୦ ପରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବାର ପ୍ରକୃଷ୍ଟ ସମୟ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି ।