ଦେଶୀ ବନ୍ଧୁକ କାରଖାନା ଠାବ: ମାଲିକ ଗିରଫ; ରାଜ୍ୟ ବାହାରକୁ କରୁଥିଲା ଚାଲଣ

(କେନ୍ୟୁଜ): ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କଲେ ପରଜଙ୍ଗ ଥାନା ଓ ମହାବିରୋଡ଼ ପୋଲିସ । ବେଆଇନ ବନ୍ଧୁକ ତିଆରି କାରଖାନା ଠାବ , ଜଣେ ଗିରଫ। ଗତକାଲି ରାତିରେ, ଏକ ବିଶେଷ ସୂତ୍ରରୁ ଖବର ପାଇ ପରଜଙ୍ଗ ଥାନା ଓ ମହାବିରୋଡ଼ ପୋଲିସ ଫାଣ୍ଡି ଏହି କାରାଖାନାରେ ଚଢାଉ କରିଥିଲେ। ପରଜଙ୍ଗ ଥାନା ଅନ୍ତର୍ଗତ ବାମ ଗାଁର ଭୁତୁଭୁତିଆ ସାହିର ମଙ୍ଗୁଲୁ ମହାରଣାଙ୍କ ଘରେ ଚଢ଼ାଉ କରାଯାଇଛି।

ଏକ ଦେଶୀ ବନ୍ଧୁକ ତିଆରି କାରଖାନାକୁ ଠାବ କରାଯାଇଛି। ସମ୍ପୂର୍ଣ୍ଣ ତିଆରି ବନ୍ଧୁକ, ଅଧା ତିଆରି ବନ୍ଧୁକ, ଲୁହା ଓ କାଠ ସାମଗ୍ରୀ, ବନ୍ଧୁକ ତିଆରି ଯନ୍ତ୍ରପାତି ଆଦି ଜବତ କରାଯାଇଛି। ଏହି କାରଖାନା ଚଳାଉ ଥିବା ମଙ୍ଗୁଲୁ ମହାରଣାକୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଉଛି। ଏହି କାରଖାନାରୁ ବନ୍ଧୁକ ତିଆରି କରି ସେ ଜିଲ୍ଲା ଓ ବାହାରେ ବିକ୍ରି କରୁଥିଲେ।

ସୂଚନା ଯୋଗ୍ୟ ପୂର୍ବରୁ ମଧ୍ୟ ଅନେକ ନକଲି ଜିନିଷର କାରଖାନା ଠାବ କରା ହୋଇଥିଲା । କିନ୍ତୁ ବର୍ତ୍ତମାନ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି । ରାଜ୍ୟରେ ବେଆଇନ ଭାବରେ ଏପରି ବନ୍ଧୁକ ତିଆରି କାରଖାନା ଠାବ ହେଉଥିବା ପରେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅପାରଗତା ହେତୁ ଦିନକୁ ଦିନ ଏହି କାର୍ଯ୍ୟ ବଢିବାରେ ଲାଗିଛି । ଏମାନେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାକୁ ବିକ୍ରି କରୁଥିଲେ ସୂଚନା ମଧ୍ୟ ମିଳିଛି । ଏହି ବନ୍ଧୁକ କାରଖାନାର ଚେର ଆଉ କେଉଁ କେଉଁ ଆଡେ ଲମ୍ବିଛି ଓ ଆଉ କିଏ ସଂପୃକ୍ତ ଅଛି କି ନାହିଁ, ସେନଇ ତଦନ୍ତ କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.