Below header

ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବେ ଓଡ଼ିଶା ଲୋକାୟୁକ୍ତ, ଜାମିନ ଆବେଦନ ଉପରେ ଶୁଣାଣି ଶେଷ

କେନ୍ୟୁଜ୍(ବ୍ୟୁରୋ): ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବେ ଓଡ଼ିଶା ଲୋକାୟୁକ୍ତ । ତଦନ୍ତ ପାଇଁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାୟୁକ୍ତଙ୍କ ନିକଟକୁ ମାମଲାକୁ ପଠାଯାଇଛି । ରାଜ୍ୟରେ ଲୋକାୟୁକ୍ତ ଗଠନ ହେବା ପରେ ସରକାର ପ୍ରଥମ ଥର ପାଇଁ ଦୁର୍ନୀତି ମାମଲାକୁ ତଦନ୍ତ ପାଇଁ ପଠାଇଛନ୍ତି । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଛି ଗୁରୁତର ଦୁର୍ନୀତି ଅଭିଯୋଗ । ଚାକିରି ନାଁରେ ଲୋକଙ୍କୁ ଠକିଥିବା ନେଇ ଅଭିଯୋଗ ହୋଇଛି ।

ସେପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ । ଭୁବନେଶ୍ୱର ADJ-୩ କୋର୍ଟରେ ଶୁଣାଣି ଜାମିନ ଆବେଦନର ଶୁଣାଣି ହୋଇଥିଲା । ସରକାରୀ ଓ ପ୍ରଦୀପଙ୍କ ଓକିଲ ସେମାନଙ୍କ ଯୁକ୍ତି ରଖିଥିଲେ । ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ପ୍ରଦୀପଙ୍କ ବିରୋଧରେ ବିରୋଧରେ ଆଇପିସି ଧାରା ୪୧୯- ଅନ୍ୟର ପରିଚୟ ଦେଇ ଠକେଇ, ଧାରା ୪୨୦-ଠକେଇ, ଧାରା ୪୬୭-ଦସ୍ତାବିଜ ଜାଲିଆତି କରିବା ଯାହା ସୁରକ୍ଷା ପାଇଁ ବିପଦ, ଧାରା ୪୬୮- ଠକେଇ ଉଦ୍ଦେଶ୍ୟରେ ଜାଲିଆତି କରିବା, ଧାରା ୪୬୯-ସମ୍ମାନହାନୀ ପାଇଁ ଜାଲିଆତି କରିବା, ଧାରା ୧୨୦-ବି ଅପରାଧିକ ଷଡ଼ଯନ୍ତ୍ର ସହ ଆଇଟି ଆକ୍ଟର ସେକ୍ସସନ ୬୬-ସି ଓ ଡିରେ ଗିରଫ କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କ କାରନାମା ଧିରେ ଧିରେ ପଦାକୁ ଆସୁଛି । ଚଳିତ ଆର୍ଥିକ ବର୍ଷର ୭ ମାସରେ ତାଙ୍କର ଗୋଟିଏ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଜମା ଖବର ସମସ୍ତଙ୍କୁ ହତଚକିତ କରିଛି । ଏହାସହ ଧିରେଧିରେ ନିଯୁକ୍ତି ନାଁରେ ଠକେଇ ଅଭିଯୋଗ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.