ସୁଟିଂ ସେଟ୍‌ର ନିତୁ କପୁରଙ୍କୁ ଜଣାପଡ଼ିଲା କରୋନା, ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ମା’ଙ୍କୁ ମୁମ୍ବାଇ ଆଣିଲେ ରଣବୀର

ଲାଗୁଛି ଫିଲ୍ମ ‘ଯୁଗ ଯୁଗ ଜିଓ’କୁ ଲାଗିଯାଇଛି କରୋନା ଭାଇରସର ନଜର । ବରୁଣ ଧାୱନ ଏବଂ ନିତୁ କପୁରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଉଭୟେ ଚଣ୍ଡିଗଡ଼ରେ ଫିଲ୍ମ ‘ଜୁଗ୍-ଜୁଗ୍ ଜିଓ’ର ସୁଟିଂ କରୁଥିବା ସମୟରେ କରୋନା ପଜିଟିଭ୍ ବୋଲି ଜଣ ପଡ଼ିଥିଲେ । ଆହୁରି ମଧ୍ୟ ଖବର ଆସିଥିଲା ଯେ ଅନିଲ କପୁର ମଧ୍ୟ କୋଭିଡ ପଜିଟିଭ, କିନ୍ତୁ ବୋନି କପୁର ଏ କଥାକୁ ଅସ୍ୱୀକାର କରିଛନ୍ତି । ଏଥି ସହିତ ନିର୍ଦ୍ଦେଶକ ରାଜ ମେହେତା ମଧ୍ୟ କୋଭିଡ ପଜିଟିଭ ବୋଲି ଜଣାପଡିଛି।

Varun Dhawan, Neetu Kapoor test positive for COVID-19 , 'Jug Jugg Jeeyo'  shoot halted | Hindi Movie News - Times of India

ତେବେ ନିତୁ କପୁର କରୋନା ପଜିଟିଭ୍ ଜଣାପଡିବା ପରେ ଚଣ୍ଡିଗଡ଼ରେ ନିଜକୁ ଏକ ରୁମ ଭିତରେ କ୍ୱାରେଣ୍ଟାଇନ କରିଦେଇଥିଲେ । ଏହି ଘଟଣା ପରେ ପୁଅ ରଣବୀର କପୁର ଏକ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରି ତାଙ୍କୁ ମୁମ୍ବାଇକୁ ଫେରାଇ ଆଣିଛନ୍ତି । ନିତୁ କପୁର ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଏଥି ସହ ବରୁଣ ଧାୱନ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜ ମେହେତା ମଧ୍ୟ ଏବେ ଚଣ୍ଡିଗଡ଼ରେ ଆଇସୋଲେସନରେ ଅଛନ୍ତି।

ନିକଟରେ ନିତୁ କପୁର ଇନଷ୍ଟାଗ୍ରାମରେ ଫିଲ୍ମର ସୁଟିଂ ବିଷୟରେ ସେୟାର କରିଛନ୍ତି। କରଣ ଜୋହରଙ୍କ ଫିଲ୍ମ ପ୍ରଡକ୍ସନ୍ କମ୍ପାନୀ ଧର୍ମା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ‘ଜୁଗ୍-ଜୁଗ୍ ଜିଓ’ରେ ବରୁଣ ଧାୱନ ଏବଂ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମରେ ନିତୁ କପୁର ଏବଂ ଅନିଲ କପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.