Below header

ଆନ୍ଧ୍ରରେ ଅଜଣା ରୋଗ ଆତଙ୍କ, ଜଣେ ମୃତ ୩୪୦ ଆକ୍ରାନ୍ତ

ସାରା ବିଶ୍ୱ ଏବେ କରୋନାରୁ ନିସ୍ତାର ପାଇନଥିବା ବେଳେ ଆନ୍ଧ୍ରପ୍ରଦେଶର ଏଲୁରରେ ଏକ ଅଜଣା ରୋଗ କାୟା ବିସ୍ତାର କରିଛି। ସୂଚନାଯୋଗ୍ୟ, ଏଲୁରରେ ଏହି ଅଜଣା ରୋଗରେ ୩୪୦ ଲୋକ ପୀଡ଼ିତ ହୋଇଛନ୍ତି। ଏନେଇ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ୧୬୮ ରୁ ଅଧିକ ଲୋକ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରିପୋର୍ଟ ଅନୁଯାୟୀ, ଲୋକମାନଙ୍କର ହଠାତ୍ ବାନ୍ତି ହେବାର ଲକ୍ଷଣ ଦେଖାଯିବା ପରେ ଚେତାଶୂନ୍ୟ ହୋଇପଡୁଥିବା ଜଣାପଡିଛି। ଏନେଇ ଏହା କେଉଁ ରୋଗ କାରଣ ସେ ବିଷୟରେ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।

unknow diseaseଅନ୍ୟପଟେ ଗତକାଲି ଏହି ଅଜଣା ରୋଗରେ ପୀଡିତ ହୋଇ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ବିଜୟଓ୍ଵାଡାସ୍ଥିତ ସରକାରୀ ସାଧାରଣ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଅଜଣା ରୋଗରେ ଆକ୍ରାନ୍ତ ଥିବା ଅଧିକାଂଶ ବ୍ୟକ୍ତି ଠିକ୍ ହୋଇଥିଲେ ମଧ୍ୟ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ୭ ଜଣଙ୍କୁ ସରକାରୀ ହସ୍ପିଟାଲକୁ ପଠାଯାଇଛି। ଏନେଇ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏଲୁରୁରେ ପହଞ୍ଚିଛନ୍ତି। ଏଥିସହ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଘରେ ଘରେ ସର୍ଭେ କରାଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ କମିଶନର କାଟାମେନେ ଭାସ୍କର ମଧ୍ୟ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଏଲୁରୁରେ ପଞ୍ଚିଛନ୍ତି। ରହସ୍ୟମୟ ରୋଗର ପ୍ରସାରକୁ ନେଇ ଉଦ୍ବେଗ ପ୍ରକାଶ କରି,ରାଜ୍ୟପାଳ ବିଶ୍ୱଭାସନ ହରିଚନ୍ଦନ ଗରିବ ଲୋକଙ୍କୁ ଉପଯୁକ୍ତ ଔଷଧ ଦେବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.