ଖେଳ ମନ୍ତ୍ରୀଙ୍କ ଦଖଲ ପରେ ସ୍ୱର୍ଣ୍ଣ ପଦକ ପାଇଁ ନାରାୟଣନଙ୍କ ଠାରୁ ନିଆଯାଇଥିବା କଷ୍ଟମ ଫି ହେବ ଫେରସ୍ତ

କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଶନିବାର କହିଛନ୍ତି ଯେ ଭାରତୀୟ ଚେସ ଖେଳାଳି ଶ୍ରୀନାଥ ନାରାୟଣନଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ନାରାୟଣନ୍‌ଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଉପରେ ଏହି କଷ୍ଟମ୍‌ ଫି ନିଆଯାଇଥିଲା । ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ନାରାୟଣନ୍‌ FIDE ଅନଲାଇନ୍ ଚେସ୍ ଚାମ୍ପିଅନସିପ୍ ରେ ଜିତିଥିଲେ । ରିପୋର୍ଟ ଅନୁଯାୟୀ, ସ୍ୱର୍ଣ୍ଣ ପଦକ ଆଣିବା ପାଇଁ ନାରାୟଣନଙ୍କୁ 6300 ଟଙ୍କା କଷ୍ଟମ ଫି ଦେବାକୁ ପଡିଥିଲା । ସେ ଚଳିତ ବର୍ଷ ଅଗଷ୍ଟରେ FIDE ଅନ୍ଲାଇନ୍ ଚେସ୍ ଅଲିମ୍ପିଆଡ଼ରେ ଏହି ପଦକ ଜିତିଥିଲେ ।

ରିଜିଜୁ ଶନିବାର କହିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟ ନାରାୟଣନଙ୍କ ସହ ଯୋଗାଯୋଗ କରିଛି ଏବଂ ଏହାର ସମାଧାନ ହୋଇଛି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ‘ଏହି ଖବରକୁ ନେଇ ମୁଁ ବହୁତ ନିରାଶ ହୋଇଛି। ମୋ ଅଫିସ୍, ଉକ୍ତ ଖେଳାଳିଙ୍କ ସହିତ ଯୋଗାଯୋଗ କରିଛି । ସେ କହିଛନ୍ତି, ‘କୋରିଅର କମ୍ପାନୀ ଏବଂ କଷ୍ଟମ ବିଭାଗ ମଧ୍ୟରେ ଭୁଲ ବୁଝାମଣାର ଏହା ହେଉଛି ଫଳାଫଳ। ଏହି ସମସ୍ୟାର ସମାଧାନ ହୋଇଛି । କମ୍ପାନୀ ଏହାର ଭୁଲକୁ ସ୍ୱୀକାର କରିଛି ଏବଂ ଏହି ଅର୍ଥ ଶ୍ରୀନଥ ନାରାୟଣନଙ୍କୁ ଫେରସ୍ତ କରାଯିବ। ସୂଚନା ଅନୁଯାୟୀ, ବୁଧବାର ନାରାୟଣ ସୋସିଆଲ ମିଡିଆରେ ଲେଖିଥିଲେ ଯେ ତାଙ୍କୁ ଏହି ପଦକ ତ ମିଳିଗଲା କିନ୍ତୁ କଷ୍ଟମ ଫି ଦେବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.