Below header

ମଲାବେଳେ ୫୫ କୋଟି ଟଙ୍କାର ସମ୍ପତ୍ତି ପଡ଼ୋଶୀଙ୍କୁ ଦାନ କରିଦେଲେ ମହିଳା, ଜାଣନ୍ତୁ କାହିଁକି ଆଉ କେଉଁଠି

ସମସ୍ତେ ଉପହାର ପସନ୍ଦ କରନ୍ତି । କିନ୍ତୁ ଯଦି କେହି ଆପଣଙ୍କୁ ଉପହାର ଭାବରେ 55 କୋଟି ଟଙ୍କା ଦିଅନ୍ତି ତେବେ ଆପଣ କିପରି ଅନୁଭବ କରିବେ ? ବାସ୍ତବରେ, ଜର୍ମାନୀର ଜଣେ ବୃଦ୍ଧ ମହିଳା ତାଙ୍କ ପଡ଼ୋଶୀଙ୍କ ନାମରେ କୋଟି କୋଟି ଟଙ୍କା ଛାଡିଦେଇ ଯାଇଛନ୍ତି । ରେନେଟ ୱେଡେଲ ନାମକ ଜଣେ ବୃଦ୍ଧ ମହିଳା ତାଙ୍କ ପଡ଼ୋଶୀଙ୍କୁ 7.5 ମିଲିୟନ ଡ଼ଲାର ବା 55.35 କୋଟି ଟଙ୍କା ସମ୍ପତ୍ତି ଦାନ କରିଛନ୍ତି ।

81 ବର୍ଷୀୟ ରେନେଟ୍ ଜର୍ମାନର ୱିପରଫେଲ୍ଡର ବାସିନ୍ଦା ଥିଲେ । ସେ 1975 ରୁ ତାଙ୍କ ସ୍ୱାମୀ ଆଲଫ୍ରେଡ ୱାଇଡେଲଙ୍କ ସହ ଏଠାରେ ରହୁଥିଲେ। ଆଲଫ୍ରେଡ୍ ଜଣେ ଷ୍ଟକ୍ ଏକ୍ସଚେଞ୍ଜ ବ୍ୟବସାୟୀ ଯିଏ 2014 ରେ ମୃତ୍ୟୁବରଣ କରିଥିଲେ । ଏହା ପରଠାରୁ ରେନେଟ୍ ଏକାକୀ ରହି ଆସୁଥିଲେ । ସେ 2016 ମସିହାରୁ ଫ୍ରାଙ୍କଫର୍ଟର ଏକ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ, 3 ବର୍ଷ ପରେ ସେ ଡିସେମ୍ବର 2019 ରେ ମୃତ୍ୟୁ ବରଣ କରିଥିଲେ।

ରେନେଟଙ୍କ ମୃତ୍ୟୁ ପରେ, ଏପ୍ରିଲ 2020 ରେ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା ଯେ ରେନେଟ ଏକ ଚୁକ୍ତିପତ୍ର ଛାଡିଯାଇଛନ୍ତି। ଏଥିରେ ତାଙ୍କର ବ୍ୟାଙ୍କ ବାଲାନ୍ସର ବିବରଣୀ, ସେୟାର୍ସ ସହିତ ସମ୍ପତ୍ତିର ଦାନ ଅନ୍ତର୍ଭୁକ୍ତ । ତେବେ ଚୁକ୍ତିପତ୍ରରେ ସେ ତାଙ୍କ ପଡୋଶୀ ଏହାକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରିବାକୁ ମନା କରିଛନ୍ତି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ତାଙ୍କ ପଡ଼ୋଶୀ ଏହି ସମ୍ପତ୍ତିକୁ ସମ୍ପ୍ରଦାୟର ସୁବିଧା ଏବଂ ଭିତ୍ତିଭୂମି ପାଇଁ ବ୍ୟବହାର କରିବାକୁ ବାଧ୍ୟ”।

ପଡ଼ୋଶୀ ମଧ୍ୟ ଏହା ନିଶ୍ଚିତ କରିଛନ୍ତି ଯେ ସେମାନେ ଏହି ସମ୍ପତ୍ତିକୁ ସଠିକ୍ ଭାବରେ ବ୍ୟବହାର କରିବେ ଏବଂ ଏହିପରି ସେମାନେ ବୃଦ୍ଧ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଙ୍କ ସମ୍ପତ୍ତିର ମୂଳ ଉତ୍ତରାଧିକାରୀ ଥିବା ରେନେଟଙ୍କ ଭଉଣୀ ଏହା ପୂର୍ବରୁ ମୃତ୍ୟୁ ବରଣ କରିସାରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.