SBIରେ ନିଯୁକ୍ତି : ଖାଲିପଡିଛି ୮୫୦୦ ଆପ୍ରେଣ୍ଟିସ୍ ପଦବୀ, ଡିସେମ୍ବର ୧୦ ପୂର୍ବରୁ କରନ୍ତୁ ଆବେଦନ

SBI Apprentice Recruitment 2020 : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ୮୫୦୦ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି 10 ଡିସେମ୍ବର 2020 । ଆପ୍ରେଣ୍ଟିସିପ୍ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ଶେଷ ତାରିଖ ପୂର୍ବରୁ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ 20 ନଭେମ୍ବର 2020 ରେ ଦେଶର ବିଭିନ୍ନ ଜୋନ୍ ପାଇଁ ୮୫୦୦ ଶିକ୍ଷାର୍ଥୀ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲା । SBI ଆପ୍ରେଣ୍ଟିସିପ୍ ପାଇଁ ଆବେଦନ କରିବାକୁ ହେଲେ SBI ୱେବସାଇଟ୍ sbi.co.inରେ ଭିଜିଟ କରନ୍ତୁ । SBI ଜାନୁଆରୀ 2021 ରେ ଆପ୍ରେଣ୍ଟିସିପ୍ ନିଯୁକ୍ତି ପାଇଁ ପରୀକ୍ଷା କରିପାରେ ।

ଶିକ୍ଷାଗତ ଯୋଗ୍ୟତା:

SBI ଆପ୍ରେଣ୍ଟିସିପ୍ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ନିଶ୍ଚିତ ଭାବରେ 31 ଅକ୍ଟୋବର 2020 ପୂର୍ବରୁ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ ।

ବୟସ ସୀମା-

ଆବେଦନକାରୀଙ୍କ ବୟସ 31 ଅକ୍ଟୋବର 2020 ପର୍ଯ୍ୟନ୍ତ ଅତି କମରେ 20 ବର୍ଷ ଏବଂ ଅତି ବେଶୀରେ 28 ବର୍ଷ ହେବା ଉଚିତ୍ପ୍ରା ଅର୍ଥାତ ପ୍ରାର୍ଥୀ 01-11-1992 ପୂର୍ବରୁ କିମ୍ବା 31-10-2000 ପରେ ଜନ୍ମ ହୋଇନଥିବା ଆବଶ୍ୟକ । SC / ST କିମ୍ବା ଅନ୍ୟାନ୍ୟ ସଂରକ୍ଷିତ ବର୍ଗ ପାଇଁ ନିୟମ ଅନୁଯାୟୀ ବୟସରେ ମଧ୍ୟ କୋହଳ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.