Below header

ଥଣ୍ଡାରେ ଶରୀରରକୁ ଗରମ ପ୍ରଦାନ କରେ ଗୁଡ଼, ଏମିତି ପ୍ରସ୍ତୁତ କରନ୍ତୁ ‘ଗୁଡ଼ ଚଟଣି’

ଗୁଡ଼କୁ ସ୍ୱାସ୍ଥ୍ୟ ପାଇଁ ବରଦାନ ବୋଲି କୁହାଯାଏ । ଗୁଡ଼ର ଗୁଣ ଗରମ ଥିବା କାରଣରୁ ଏହାକୁ ଥଣ୍ଡାରେ ଖାଇବାକୁ ପରାମର୍ଶ ଦିଆଯାଏ। ଥଣ୍ଡାରେ ଏହାକୁ ଖାଇବା ଦ୍ୱାରା ଶରୀରରକୁ ପ୍ରଚୁର ପରିମାଣର କ୍ୟାଲୋରୀ ମିଳିଥାଏ ଏବଂ ଶରୀର ଗରମ ରହିଥାଏ। ଗୁଡ଼ରେ ଥିବା ଭିଟାମିନ ସି ଶ୍ୱାସ ସମ୍ବନ୍ଧୀୟ ବିକାର ଏବଂ ଗଳାର ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଗୁଡ଼ ନା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭବାନ ହୋଇଥାଏ ବରଂ ସ୍ୱାଦରେ ମଧ୍ୟ ବହୁତ ଭଲ ହୋଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଗୁଡ଼ରେ କେମିତି ପ୍ରସ୍ତୁତ କରିବେ ଖଟାମିଠା ଚଟଣି। ତାହେଲେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ସାମଗ୍ରୀ

  • ୪-୫ ଚାମଚ ସୋରିଷ ତେଲ
  • ଏକ ଗିନା ଅଲିଭ
  • ୫୦ ଗ୍ରାମ ଗୁଡ଼
  • ୨ ଚାମଚ ଫୁଟଣ
  • ୨ ଚାମଚ ଭଜା ଜିରା
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ୨ ଚାମଚ ମହୁ

ପ୍ରସ୍ତୁତି ପ୍ରଣାଳୀ

ଗୁଡ଼ ଚଟଣି ବନାଇବା ପାଇଁ ପ୍ରଥମେ ଏକ ପ୍ୟାନରେ ସୋରିଷ ତେଲ ଗରମ କରନ୍ତୁ। ଏବେ ସେଥିରେ ମିଡିୟମ ଆଞ୍ଚରେ ଗୁଡ଼କୁ ଗରମ କରି ମିଶାଇ ଦିଅନ୍ତୁ। ଏବେ ଏଥିରେ ଅଲିଭ ମିଶାଇବା ପରେ ଲୁଣ, ପଞ୍ଚ ଫୁଟଣ, ଲାଲ ଲଙ୍କା ପାଉଡର, ଭଜା ଜିରା ପକାଇ କିଛି ସମୟ ଫ୍ରାଏ କରନ୍ତୁ। ଶେଷରେ ଏଥିରେ ମହୁ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଖଟା ମିଟା ଟେଷ୍ଟୀ ଗୁଡ଼ ଚଟଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.