Below header

ବିବାହ ଦିନ କନିଆଁଙ୍କୁ ହେଲା କରୋନା ! ତଥାପି ଅଟକି ପାରିଲେନି ବର, ପିପିଇ କିଟ୍ ପିନ୍ଧି ଦେଲେ ସିନ୍ଦୂର

ଚଳିତ ବର୍ଷ କରୋନା ମାଡ଼ ଥିବା ସତ୍ତ୍ୱେ ବାହାଘର ବନ୍ଦ ହେବାର ନାହିଁ । ଯେମିତି ହେଲେ ବାହାଘର ହେବ ହିଁ ହେବ, ବର କନ୍ୟାଙ୍କୁ କେହି ରୋକି ପାରିବେ ନାହିଁ । ବାହାଘରକୁ ନେଇ ଏବେ ଏମିତି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ଯିଏ ଦେଖିବ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ୍‌।

ରାଜସ୍ଥାନ ବାରାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ବିବାହ ଦିନ କନିଆଁ କରୋନା ପଜିଟିଭ୍ ଚିହ୍ନଟ ହେଲେ, କିନ୍ତୁ ଅଟକିଲାନି ବାହାଘର। କୋଭିଡ ସେଣ୍ଟରରେ ହିଁ ପିପିଇ କିଟ୍ ପିନ୍ଧି ବର କନିଆଁ ହେଲେ ବାହା।

coronaବର କନିଆଁଙ୍କ ସମେତ ଏହି ବିବାହରେ ପୂଜାରୀ ଏବଂ କନିଆଁଙ୍କ ବାପା ମାଆ ମଧ୍ୟ ପିପିଇ କିଟ୍ ପିନ୍ଧି ଉପସ୍ଥିତ ଥିଲେ। ତେବେ ଏହି ଭିଡିଓକୁ ଜଣେ ଆଇଏଏସ୍ ଅଫିସର ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି, ଯାହା ଏବେ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି।

ଆପଣ ଦେଖିପାରୁଥିବେ ନୀଳ ରଙ୍ଗର ପିପିଇ କିଟ୍ ପିନ୍ଧି ବର କନିଆଁ ମଣ୍ଡପ ଉପରେ ବସି ସାତ ଫେରା ନେଉଛନ୍ତି। ପାଖରେ କନ୍ୟାଦାନ କରିବା ପାଇଁ କନିଆଁର ବାପା ମାଆ ଧଳା ରଙ୍ଗର ପିପିଇ କିଟ୍ ପିନ୍ଧି ବସିଛନ୍ତି। ଆଉ କିଛି ଦୁରରେ ପୂଜାରୀ ମନ୍ତ୍ର ଉଚ୍ଚାରଣ କରୁଛନ୍ତି।

ଏହି ଭିଡିଓକୁ ଆଇଏଏସ୍ ଅଫିସର ଅବନିଶ୍ ସରନ୍ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘୨୦୨୦ରେ ବାସ୍ ଏହା ଦେଖିବାକୁ ବାକି ରହିଯାଇଥିଲା।, ନବଦମ୍ପତିଙ୍କୁ ଶୁଭକାମନା। ’ ଏଥିସହିତ ଭିଡିଓକୁ ଦେଖି ଅନେକ ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.