Below header

ବନ୍ଧୁକ ମୂନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଭିଜୁଆଲ

ବାରିପଦା(କେନ୍ଯୁଜ୍): ବନ୍ଧୁକ ମୂନରେ ପେଟ୍ରୋଲ ପମ୍ପରୁ ଲୁଟ୍। ଲୁଟର ଭିଜୁଆଲ ସିସିଟିଭିରେ କଏଦ। ଗତକାଲି ରାତିରେ ମୟୂରଭଞ୍ଜ ଖୁଣ୍ଟାଥାନା ପୁରୁଣା ବାରିପଦାର ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରୁ ଲୁଟ। ତିନିଜଣ ଲୁଟେରା ବାଇକରେ ଆସି ତେଲ ଦେଉଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଥିଲେ। ପରେ ଲୁଟେରା ସେଠାରୁ ଚମ୍ପଟ ମାରିଥିଲେ।

ପେଟ୍ରୋଲ ପମ୍ପ ମାଲିକ ଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତିନିଜଣ ଲୁଟେରା ହେଲମେଟ ପିନ୍ଧି ଟଙ୍କା ଲୁଟିଥିଲେ। ଦୁଇଦିନ ପୂର୍ବରୁ ମାଣିତ୍ରୀ ପେଟ୍ରୋଲ ପମ୍ପରୁ ମଧ୍ୟ ସମାନ ଢଙ୍ଗରେ ଲୁଟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.