Below header

ଭୁଜାଲି ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ୪୫ ହଜାର ଟଙ୍କା ସହିତ ମୋବାଇଲ୍ ନେଇ ଛୁ ମାରିଲେ ଲୁଟେରା

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ସ୍ଥିତ ଲକ୍ଷ୍ମୀ ଡୁଙ୍ଗରି ଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ଡକାୟତି । ଭୁଜାଲି ମୁନରେ ଦୁର୍ବୁତ୍ତ ମାନେ ଏହି ଡକାୟତି କରିଥିବା ଜଣାପଡିଛି। ପୋଲିସର ସୂଚନା ଅନୁସାରେ ଗତ ରାତି ପ୍ରାୟ ୨.୫୦ମିନିଟରେ ପେଟ୍ରୋଲ ପମ୍ପରେ ତିନି ଜଣ କର୍ମଚାରୀ ଥିଲେ। ତେବେ ଏହି ସମୟରେ ଦୁଇ ଜଣ ଯୁବକ ମୁହଁରେ କପଡା ବାନ୍ଧି ପେଟ୍ରୋଲ ପମ୍ପ ଅଫିସକୁ ପଶି ପ୍ରଥମେ ମ୍ଯାନେଜରକୁ ବାନ୍ଧି ଦେଇଥିଲେ।

ଏହା ପରେ କର୍ମଚାରୀ ମାନଙ୍କୁ ଭୁଜାଲି ଦେଖାଇ  ୪୫ ହଜାର ଟଙ୍କା ଲୁଟ କରିବା ସହ କର୍ମଚାରୀ ମାନଙ୍କ ମୋବାଇଲ ଫୋନ ମଧ୍ୟ ଲୁଟ କରି ନେଇ ଯାଇଥିଲେ।ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଗୁଡିକୁ ମଧ୍ୟ ଦୁର୍ବୁତ୍ତ ମାନେ ଗଲାବେଳେ ଭାଙ୍ଗିଦେଇ ଚାଲି ଯାଇଥିଲେ। ସେପଟେ ପୋଲିସ ଘଟଣାର ଖବର ପାଇ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.