Below header

ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା, ଗିରଫ ହେଲେ ନକଲି ଶିକ୍ଷକ

ସୋରଡା(କେନ୍ୟୁଜ୍): ଶିକ୍ଷାଗତା ଭଳି ସମ୍ମାନନୀୟ ବୃତି କିଛି ଅସାଧୁ ବ୍ୟକ୍ତିଙ୍କ ଦ୍ଵାରା କଳୁଷିତ ହେବାରେ ଲାଗିଛି । ସମାଜରେ ଏଥିପାୟ ଶିକ୍ଷକଙ୍କ ଭାବମୂର୍ତି କ୍ଷୁର୍ଣ ହେବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ନକଲି ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ରାକେଟରେ ଅଧିକାଂଶ ଶିକ୍ଷକ ପୋଲିସ ହାତରେ ଧରାପଡି ଜେଲ ଗଲେଣି । ଏପରି ଆଉ ଏକ ଘଟଣା ଘଟିଛି ଧରାକୋଟ ବ୍ଲକ ଓଲମ୍ବା ପଞ୍ଚାଯତର ନୂଆବାଲି ପ୍ରାଥମିକ ବିଦ୍ୟାଳୟରେ । ଏଠାରେ କାର୍ଯ୍ୟରତ ଶିକ୍ଷକ ସନାତନ ନାୟକ । ଯିଏକି ବଡଗଡ ପୋଲିସ୍ ଦ୍ଵାରା ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।

ନକଲି ପ୍ରମାଣ ପତ୍ର ଦେଇ ଶିକ୍ଷକ ସନାତନ ଗତ ୧୩.୦୫.୨୦୧୧ ରୁ ଏହି ନୂଆବାଲି ସ୍କୁଲରେ କାର୍ଯ୍ୟ କରିଆସୁଥିଲେ । ପୁଣି ୨୦୧୭ ଠାରୁ ସେ ରେଗୁଲାର ହୋଇଛନ୍ତି । ଏ ସମ୍ପର୍କରେ ଧରାକୋଟ ବିଇଓ କୋରେଶ ସେଠି ଅନୁସନ୍ଧାନ କରି ବଡଗଡ ପୋଲିସକୁ ଖବର ଦେଇଥିଲେ । ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନକଲି ଶିକ୍ଷକ ଗିରଫ ହେଲେ ସତ କିନ୍ତୁ ନୂଆବାଲି ସ୍କୁଲ ରେ ପଢୁଥିବା ଛୋଟ ପିଲାଙ୍କ ଅବସ୍ତା ବର୍ତମାନ ଶୋଚନୀୟ ହୋଇପଡିଛି । ଏହି ସ୍କୁଲରେ ପ୍ରଥମ ଠାରୁ ପଞ୍ଚମ ପର୍ଯ୍ୟନ୍ତ ୫୮ ପିଲା ଅଧ୍ୟଯନ କରୁଛନ୍ତି । ପାଠ ପଢାଇବା ପାଇ ଦୁଇ ଜଣ ଶିକ୍ଷକ ଥିଲେ । ବର୍ତମାନ ପ୍ରଧାନ ଶିକ୍ଷକ ସବୁ ପିଲାଙ୍କୁ ଗୋଟିଏ ରୁମରେ ବସାଇ ପାଠ ପଢାଇବା ଅସମ୍ଭବ ହୋଇ ପଡିଛି । ଅଭିଭାବକ ଓ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ଦଲାଇ କହିଛନ୍ତି ତୁରନ୍ତ ଆଉ ଗୋଟିଏ ଶିକ୍ଷକ ଆସିଲେ ପାଠପଢାର ବିକାଶ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.