Below header

ଭଣ୍ଡ ବାବାଙ୍କ କଳା କାରନାମା : ମହିଳାଙ୍କୁ ନିଶା ଦ୍ରବ୍ୟ ଦେଇ ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବାକୁ ଦେଉଥିଲେ ଧମକ

ନୂଆଦିଲ୍ଲୀ : ବିଶ୍ୱାସରେ ବିଷ। ମଦ୍ୟପାନ କରି ମହିଳାଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିଥିବା ଭଣ୍ଡ ବାବାଙ୍କୁ ଗିରଫ କଲା ପୋଲିସ । ଏହି ଭଣ୍ଡ ବାବା ଜଣଙ୍କ ଦୁର୍ଗେଶ ବୋରାଗୀ ରାୟଗଡ ଜିଲ୍ଲାର ବାରମାକେଲା ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା। ମୋବାଇଲ ଦେବା ଆଳରେ ମହିଳାଙ୍କୁ ନିଜ କୋଠରୀକୁ ଡାକି ପାଣିରେ ନିଶା ଦ୍ରବ୍ୟ ମିଶାଇ ମହିଳାଙ୍କୁ ପିଇବାକୁ ଦେଇଥିଲା। ଏହା ପରେ ମହିଳା ଜଣଙ୍କ ଯେତେବେଳେ ହୋସ ହରାଇ ବସିଲେ ଭଣ୍ଡ ବାବା ଜଣଙ୍କ ତାଙ୍କର ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିଥିଲା ।

ବାବା ଜଣଙ୍କ ମହିଳାଙ୍କ ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇଥିଲା ଏବଂ ବ୍ଲାକମେଲ କରି ୧୫ ହଜାର ଟଙ୍କା ମଧ୍ୟ ମାଗିବା ଆରମ୍ଭ କରିଥିଲା। ଯଦି ମହିଳା ଏହା ନ କରନ୍ତି ତେବେ ତାଙ୍କ ପରିବାର ସଦସ୍ୟ ମାନଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଦେବ ବୋଲି କହି ମହିଳାଙ୍କୁ ଧମକାଉ ଥିଲା। ଭଣ୍ଡ ବାବାର ଏପରି କଥା ଶୁଣି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ
ହୋଇଯାଇଥିଲେ। ତେବେ ଏହି ଘଟଣାକୁ ନେଇ ସେ କଣ କରିବେ ସେ ବୁଝିପାରୁ ନଥିଲେ।

ଏଭଳି ପରିସ୍ଥିତିରେ ପୀଡିତା ସାହସିକ ପଦକ୍ଷେପ ନେଇଥିଲେ। ପୀଡିତା ଜଣଙ୍କ ବାରମକେଲା ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଉପରେ ବାରମକେଲା ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି। ପୋଲିସ କହିଛି ଯେ ଗାଁ ପଞ୍ଚାୟତ କାଟାଙ୍ଗପାଲିରେ ରହୁଥିବା ଦୁର୍ଗେଶ ବୋରାଗୀ ମହିଳାଙ୍କୁ ମୋବାଇଲ ଦେବା ନାମରେ ରାୟଗଡର କୋଡାଟରାଇ କୁ ଡାକିଥିଲେ। ମୋବାଇଲର ଲୋଭରେ ମହିଳା ଅଭିଯୁକ୍ତ ବାବାଙ୍କ ନିକଟରେ ପହଞ୍ଚିଥିଲେ। ତା’ପରେ ବାବା ତାଙ୍କୁ ପାଣିରେ ନିଶା ଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ ଫଳରେ ମହିଳା ଚେତାଶୂନ୍ୟ ହୋଇଯାଇଥିଲେ।

ଯାହାର ଫାଇଦା ନେଇ ବାବା ଜଣଙ୍କ ମୋବାଇଲରୁ ଏକ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ କରିବାକୁ ଧମକ ଦେଇଥିଲେ। ଏହା ପରେ ୧୫ ହଜାର ଟଙ୍କା ମାଗିଥିଲେ ଯେଉଁଥିପାଇଁ ମହିଳା ଜଣକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ବାରମକେଲା ପୋଲିସ ବାବା ଦୁର୍ଗେଶ ବୋରାଗୀଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ରିମାଣ୍ଡରେ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.