ସେକ୍ସ ରାକେଟ୍ ଚାଲିଥିବାବେଳେ ପୋଲିସର ଚଢାଉ, ୫ ଗିରଫ

ଗୁଣୁପୁର(କେନ୍ୟୁଜ୍): ରାୟଗଡା ଜିଲ୍ଲା ଗୁଣୁପୁରର ଲଜରେ ଚାଲିଥିଲା ସେକ୍ସ ରାକେଟ୍। ଏନେଇ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ପୋଲିସ୍। ଦୁଇଟି  ଲଜ୍ରୁ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ସହ ଦୁଇଟି ଲଜର ମାଲିକ ଓ ମ୍ଯାନେଜରଙ୍କ ସମେତ ୨ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ୍। ସମୁଦାୟ ପାଞ୍ଚ ଜଣକୁ ଗିରଫ କରିଛି ପୋଲିସ୍।

ଚଢାଉ କରି ପୋଲିସ୍ ୧୦ ହଜାର ଟଙ୍କା ସହ ଦୁଇଟି ମୋବାଇଲ ଓ କିଛି ସାମଗ୍ରୀ ଜବତ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ବାବୁରାଓ, ପ୍ରଭାକର ସାବତ, ସୁସାନ୍ତ ପରିଡା, ସନ୍ତୋଷ ସାହୁ, ସନ୍ତୋଷ କୁମାର ମହାପାତ୍ର। ସମସ୍ତଙ୍କୁ କୋର୍ଟ ଚାଲଣ କରିଛି ପୋଲିସ୍ । ଏହି ସେକ୍ସ ରାକେଟ୍ ଚଢାଉ ହେବା ପରେ ଏବେ ନାମିଦାମି ଲଜ୍ ମାନଙ୍କ ମଧ୍ୟରେ ଛନକା ପଶିଛି। ଏ ନେଇ ଗୁଣୁପୁର ପୋଲିସ ଆଇଆଇସି ଅଶ୍ରିତା ଖଲକୋ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.