ମହିଳା ଏସଆଇ ଆତ୍ମହତ୍ୟା ଘଟଣା: ଜି. ଉଦୟଗିରି ଥାନା ଆଇଆଇସିଙ୍କ ନାଁରେ ଏତଲା, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ରାଇକିଆ(କେନ୍ୟୁଜ୍): ଜି. ଉଦୟଗିରି ଥାନା ଆଇଆଇସିଙ୍କ ନାଁରେ ଏତଲା। ରେବତୀ ଶବରଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ଏସଆଇ ସ୍ୱାଗତିକା ବେହେରାଙ୍କ ପରିବାର ଲୋକ। ଜି. ଉଦୟଗିରି SDPO ବି.ଆର୍‌ ପଟ୍ଟନାୟକଙ୍କ ଏତଲା ଦିଆଯାଇଛି। ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି।

ରେବତୀ ଶବର ସ୍ୱାଗତିକାଙ୍କୁ ସବୁବେଳେ ମାନସିକ ସ୍ତରରେ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ଏହା ସହ ତାଙ୍କୁ ସବୁବେଳେ ଟର୍ଚର ମଧ୍ୟ କରୁଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି। ମୁଁ ଆଉ ସହିପାରୁନି ବୋଲି ସ୍ୱାଗତିକା କହିଥିବା ସେ କହିଛନ୍ତି। ଗତକାଲି ସରକାରୀ କ୍ୱାର୍ଟର୍ସରୁ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.