ଗୋଟିଏ ପ୍ରେମିକ ପାଇଁ ୨ ଯୁବତୀଙ୍କ ମଧ୍ୟରେ ବସ୍‌ ଷ୍ଟାଣ୍ଡରେ ଲଢେଇ: ଛାନିଆରେ ବୟଫ୍ରେଣ୍ଡ ଛୁ…

ଆପଣ ଇଣ୍ଟରନେଟରେ ଅନେକ ପ୍ରକାରର ଖବର ବିଷୟରେ ନିଶ୍ଚୟ ଶୁଣିଥିବେ। ଅନେକ ଘଟଣାର ଭିଡିଓ ମଧ୍ୟ ଦେଖୁଥିବେ। ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ମହାରାଷ୍ଟ୍ରର ଏକ ବସ ଷ୍ଟପରେ ଏକ ଘଟଣା ଘଟିଛି, ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କୁହାଯାଉଛି କି, ଗୋଟିଏ ବୟଫ୍ରେଣ୍ଡ ଚକ୍କରରେ ୨ ଯୁବତୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା ।

ଜଣେ ଯୁବକଙ୍କ ସହ ଯେତେବେଳେ ତାଙ୍କ ପ୍ରେମିକା ବସ୍ ଷ୍ଟପରେ ପହଞ୍ଚିଥିଲେ, ସେତେବେଳେ ଏପରି କିଛି ଘଟିଗଲା ଯାହାକୁ ଆପଣ ବିଶ୍ୱାସ କରିପାରିବେ ନାହିଁ | ସେହି ଯୁବକର ଆଉ ଜଣେ ପ୍ରେମିକା ବସ୍ ଷ୍ଟପରେ ପହଞ୍ଚିଥିଲେ ଓ ଦୁହିଁଙ୍କୁ ହାତ ଧରାଧରି ହୋଇ ଠିଆ ହୋଇଥିବାର ଦେଖିଦେଇଥିଲେ । ଏହା ପରେ ଦୁଇ ଝିଅଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଝଗଡା ଆରମ୍ଭ ହୋଇଗଲା ଏବଂ ସେଠାରେ ଉପସ୍ଥିତ ଥିବା ଲୋକମାନେ ଦୁହିଁଙ୍କ ଝଗଡ଼ା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଯେଉଁ ବସ୍ ଷ୍ଟପରେ ଝଗଡ଼ା ହୋଇଥିଲା, ସେଠାରେ ପ୍ରବଳ ଭିଡ଼ ଥିଲା । ଅବଶ୍ୟ ଯୁବତୀଙ୍କ ଝଗଡ଼ାକୁ ଦେଖି ଯୁବକ ଜଣକ ସେଠାରୁ ଫେରାର ହୋଇଥିଲା । ଏହା ପରେ ଉଭୟ ଝିଅଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା। ସେଠାରେ ଦୁହିଁଙ୍କ କାଉନସଲିଙ୍ଗ ହୋଇଥିଲା ଓ ପରେ ଛାଡ଼ି ଦିଆଯାଇଥିଲା । ତେବେ ମହାରାଷ୍ଟ୍ରର ଏହି କାହାଣୀ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ସେମାନଙ୍କର ଭିନ୍ନ ପ୍ରତିକ୍ରିୟା ଦେଉଥିବାର ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.