ପୋଲିସର ପରିଚୟ ଦେଇ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍‌

ରାଉରକେଲା : ପୋଲିସର ପରିଚୟ ଦେଇ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍‌ । ରାଉରକେଲା ଉଦିତନଗର ଥାନା କଚେରୀ ରୋଡ୍‌ରେ ଏହି ଘଟଣା ଘଟିଛି । ରାଜ କୁମାରୀ ମିତଲ ନାମକ ଜଣେ ମହିଳା ବିଶ୍ରା ଡାହାର ରୋଡ୍‌ ସ୍ଥିତ ଗୁରୁରାଟି ଭବନକୁ ସତ୍‌ସଙ୍ଗ କରିବାକୁ ଯାଉଥିବା ବେଳେ, ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ଏନେଇ ମହିଳା ଜଣକ ଉଦିତ୍ନଗର ଥାନାରେ ସଂପର୍କୀୟଙ୍କ ସହ ଯାଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତନାଘନା କରୁଛି। ଲୁଟ୍‌ ହୋଇଥିବା ଅଂଚଳରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ପୋଲିସ ବିଭିନ୍ନ ସ୍ଥାନରେ ତନାଘନା କରୁଛି। ଏନେଇ ରାଉରକେଲା ଏସ୍‌ପି କହିଛନ୍ତି ।