Below header

ଜବତ ହେଲା ଲୁଟ୍‌ ଟ୍ରକ୍‌, ୧୨ ଲକ୍ଷ ଟଙ୍କା ସହ ଦୁଇ ଜଣ ଗିରଫ

ଟାଙ୍ଗୀ (କେ ନ୍ୟୁଜ୍‌) : ଫାଲକନ ଫିଡ୍ସ ନାମକ ଚିଙ୍ଗୁଡ଼ି ଦାନା ପ୍ରସ୍ତୁତକାରୀ କମ୍ପାନୀର ଲୁଟ୍ ଟ୍ରକ ଘଟଣାର ପର୍ଦାଫାସ କଲା ଟାଙ୍ଗୀ ପୋଲିସ୍ । ନଗଦ ୧୨ ଲକ୍ଷ ଟଙ୍କା ଜବତ ସହ ୨ ଆସାମୀ ଗିରଫ ହୋଇଛନ୍ତି।

ଗତ ୭ ଦିନ ତଳେ ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ଜୟମଙ୍ଗଳପୁର ଛକ ନିକଟରେ ଏହି ଘଟଣା ଘଟିଥିଲା । ଏଠାରେ ଥିବା ଫାଲକନ ଫିଡ୍ସ ନାମକ ଚିଙ୍ଗୁଡ଼ି ଦାନା ପ୍ରସ୍ତୁତକାରୀ କମ୍ପାନୀର ଦୁଇଟି ଟ୍ରକ୍‌ ଲୁଟ୍ ହୋଇଥିଲା । ଟାଙ୍ଗୀ ପୋଲିସ୍‌ ଏହି ଘଟଣାରେ ନଗଦ ୧୨ ଲକ୍ଷ ଟଙ୍କା ଜବତ ସହ ୨ ଆସାମୀଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ଆଲୋକ ପ୍ରଧାନ ଓ ଭଦ୍ରକ କୃଷ୍ଣପୁରର ଗଣେଶ ଭଞ୍ଜ ।
ଫାଲକନ ଫିଡ୍ସରୁ କଂପାନୀରୁ ଦୁଇଟି ଟ୍ରକ୍ ଯୋଗେ ଚିଙ୍ଗୁଡି ଦାନା ପଶ୍ଚିମଵଙ୍ଗକୁ ପଠାଯାଇଥିଲା । ଏହି ଦୁଇ ଟ୍ରକ୍‌ରେ ୬୦ ଟନ୍ ଚିଙ୍ଗୁଡି ଦାନା ଥିଲା । ତେବେ ଟ୍ରକ୍ ଦୁଇଟି ଠିକଣା ସ୍ଥାନରେ ପହଞ୍ଚି ନଥିବା ଖବର ମିଳିଲା । ଏନେଇ ତୁରନ୍ତ ଫାଲକନ ଫିଡ୍ସ ପକ୍ଷରୁ ଟାଙ୍ଗୀ ଥାନାରେ ଅଭିଯୋଗ କରାଯାଇଥିଲା । ଖୋରଧା ଏସ୍‌ପିଙ୍କ ନିର୍ଦ୍ଦେଶରେ ଟାଙ୍ଗୀ ଥାନା ଅଧିକାରୀ ସରୋଜ କୁମାର ଉପାଧ୍ୟାୟଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ତନାଘନା ଆରମ୍ଭ ହୋଇଗଲା ।

ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ୍‌ ଗୋଟିଏ ଟ୍ରକ୍ ଜବତ କରିବା ସହ ୧୭୧୭ ଚିଙ୍ଗୁଡି ଦାନା ବ୍ୟାଗ ଜବତ କରିଛି । ଏ ନେଇ ଟାଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ ପି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.