ନନ୍ଦନକାନନରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ ମେସିନ ଭାଙ୍ଗି ଟଙ୍କା ଲୁଟ୍, ପୋଲିସର ଛାନଭିନ ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଲୁଟେରାଙ୍କ ଟାର୍ଗେଟ୍‌ରେ ଏଟିଏମ୍‌। ମେସିନ ଭାଙ୍ଗି ଟଙ୍କାଲୁଟ। ନନ୍ଦନକାନନରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ ଲୁଟ। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ପ୍ରଥମେ ସିସିଟିଭି ଭାଙ୍ଗି ନେବା ସହ ଏଟିଏମ ମେସିନ ମଧ୍ୟ ତାଡ଼ି ଦେଇଥିଲେ। ଏଥିରୁ ସମସ୍ତ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ତେବେ ଲୁଟ ଟଙ୍କାର ପରିମାଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ନନ୍ଦନକାନନ ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏଟିଏମ ପରିଦର୍ଶନ କରିଛନ୍ତି।