Below header

୧୨ଘଣ୍ଟା ପରେ କାଠଯୋଡ଼ିରୁ ମିଳିଲା ଆଉ ଜଣେ ଦେବବ୍ରତଙ୍କ ମୃତଦେହ

କଟକ(କେନ୍ୟୁଜ୍): ୧୨ଘଣ୍ଟା ପରେ କାଠଯୋଡ଼ିରୁ ମିଳିଲା ଦେବବ୍ରତଙ୍କ ମୃତଦେହ। ମୃତକ ଭୁବନେଶ୍ୱର ଗାଡ଼କଣା ଅଞ୍ଚଳର ଦେବବ୍ରତ ମାଝୀ। ଗତକାଲି କାଠଯୋଡ଼ି ତ୍ରିଶୁଳିଆ ବ୍ରିଜ୍‌ରୁ ଡେଇଁଥିଲେ ଦେବବ୍ରତ। କିଛି ଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇଥିଲେ । ଗତକାଲି ରାତିରେ ସେ ଏକ ବାଇକରେ ଆସି ବ୍ରିଜ ଉପରେ ଗାଡ଼ି ରଖିଥିଲେ । ହଠାତ୍ ତ୍ରିଶୂଳିଆ ପୋଲ ଉପରୁ ଡେଇଁ ପଡ଼ିଥିଲେ । ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ରାତି ହୋଇଯିବାରୁ ଉଦ୍ଧାର ଅଭିଯାନ ବନ୍ଦ ରଖାଯାଇଥିଲା। ଆଜି ପୁଣି ଅପରେସନ ଆରମ୍ଭ ହୋଇ ମୃତଦେହ ଉଦ୍ଧାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.