Below header

ଗ୍ୟାସ କଟରରେ ଏଟିଏମ୍ କାଟି ୪୨ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା

କେନ୍ଦ୍ରାପଡା(କେ ନ୍ୟୁଜ): କେନ୍ଦ୍ରାପଡା ଜିଲ୍ଲା ଆଳି ଅଂଚଳରୁ ଗତକାଲି ବିଳମ୍ବିତ ରାତିରେ ଦୁବୃତ୍ତ ମାନେ ଦୁଇଟି ଏଟିଏମ୍କୁ ଗ୍ୟାସ କଟରରେ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଆଳିର ପତ୍ରପୁର ଓ ନିଆଲହାଟ ଏସବିଆଇ ଏଟିଏମ୍ରୁ ବଡ ଧରଣର ଲୁଟ ହୋଇଥିବା ନେଇ ଜଣାଯାଇଛି । ବିଶେଷ ସୂତ୍ରରୁ ଜଣାଯାଇଛିଯେ ଗତକାଲି ପତ୍ରପୁର ଏଟିଏମରେ ୧୮ ଲକ୍ଷ ଓ ନିଆଳହାଟସ୍ଥିତ ଏଟିଏମରେ ୨୩ ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା ।

ଲୁଟେରାମାନେ କଟରରେ କାଟି ଏଟିଏମ ମେସିନକୁ କାଟି ଛିନଛତ୍ର କରି ଟଙ୍କା ଲୁଟ କରିଥିବା ପାରିପାର୍ଶ୍ବିକ ଅବସ୍ଥାରୁ ଅନୁମାନ କରାଯାଉଛି । ପ୍ରମାଣ ନଷ୍ଟ କରିବାକୁ ଚାମ୍ବରରେ ଲାଗିଥିବା ସିସି କ୍ୟାମେରାକୁ ଗ୍ୟାସରେ ପୋଡି ଦେଇଛନ୍ତି ପାଖାପାଖି ୪୨  ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଅନୁମାନ କରାଯାଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.