ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଇଂଲଣ୍ଡ ବିପକ୍ଷରେ ତିନି ଜଣ ସ୍ପିନର ଖେଳାଇବ ଟିମ୍ ଇଣ୍ଡିଆ, ଦେଖନ୍ତୁ ପ୍ରାକ୍ଟିସ୍ ଭିଡିଓ

ଶୁକ୍ରବାର ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଟିମ୍ ମଙ୍ଗଳବାର ଦିନରୁ ନେଟ୍ ପ୍ରାକ୍ଟିସ୍ ପାଇଁ ପଡ଼ିଆକୁ ଓହ୍ଲାଇଛି । ଏହାର କିଛି ଫଟୋ ବିସିସିଆଇ ସେୟାର କରିଛି । ଯେଉଁଥିରେ ଭାରତୀୟ ଖେଳାଳି ଗୋଲାକାର ହୋଇ ଛିଡ଼ା ହୋଇଛନ୍ତି ଏବଂ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଟିମ୍କୁ ସମ୍ୱୋଧିତ କରୁଛନ୍ତି ।
ଚିଦାମ୍ବରମ ଏହାମଧ୍ୟରେ ଟିମ୍ ଇଣ୍ଡିଆ ନିଜର କୌଶଳ ଆରମ୍ଭ କରିଦେଇଛି। ପ୍ରଥମ ଟେଷ୍ଟ ମ୍ଯାଚରେ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଏବଂ କୁଲଦୀପ ଯାଦବ ଦୁଇଟି ବିକଳ୍ପ ରହିଛନ୍ତି। ସେହିପରି ୱାଂଶିଟନ ସୁନ୍ଦର ଏବଂ ଅକ୍ସର ପଟେଲ ମଧ୍ୟ କିଏ ଟସ୍ ଜିତିବ ତାହା ଏବେ ଜଣାପଡିନାହିଁ। ଆହତ ସମସ୍ଯାରୁ ଈଶାନ୍ତ ଶର୍ମା ଠିକ୍ ହେବା ପରେ ଫେରୁଛନ୍ତି। ତେବେ ଈଶାନ୍ତ କି ମହମ୍ମଦ ସିରାଜ ପ୍ରଥମ ଟେଷ୍ଟ ମ୍ଯାଚରେ ଖେଳିବେ, ତାହା ନିଷ୍ପତ୍ତି ହେଲେ ଜଣାପଡିବ।
Team bonding 🤜🤛
Regroup after quarantine ✅
A game of footvolley 👍#TeamIndia enjoys a fun outing at Chepauk ahead of the first Test against England. 😎🙌 – by @RajalArora #INDvENGWatch the full video 🎥👉 https://t.co/fp19jq1ZTI pic.twitter.com/wWLAhZcdZk
— BCCI (@BCCI) February 2, 2021
ବିସିସିଆଇ ଏହା ସହ କ୍ୟାପସନରେ ଲେଖିଛି , ଚେନ୍ନାଇରେ ଆମର ନେଟ୍ ପ୍ରାକ୍ଟିସର ଆଜି ପ୍ରଥମ ଦିନ ଏବଂ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଜୋସ୍ ଭରା ସମ୍ୱୋଧନରେ ଟିମର ସଦସ୍ୟଙ୍କୁ ସ୍ୱାଗତ କରିଛନ୍ତି । ଉଲ୍ଲେଖନୀୟ ଯେ, ପ୍ରଥମ ଟେଷ୍ଟ ଶୁକ୍ରବାର ଠାରୁ ଏଠାରେ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ସେପଟେ ଦ୍ୱିତୀୟ ଟେଷ୍ଟ ମଧ୍ୟ ଏହି ସ୍ଥାନରେ ୧୩ ଫେବ୍ରୁଆରୀରୁ ଖେଳାଯିବ । ବିରାଟ କୋହଲିଙ୍କର ଅଧିନାୟକତ୍ୱରେ ଭାରତୀୟ ଟିମ୍ ନେଟ ପ୍ରାକ୍ଟିସ କରୁଛି।