ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ର ଡିଜିଟାଲ ରାଇଟ୍ସ କିଣିଲା ଓଟିଟି ପ୍ଲାଟ୍‌ଫର୍ମ, ଦାମ୍‌ ରହିଛି ଏତେ କୋଟି

ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍‌ ହେବା ପରେ ଏହାର ଡିଜିଟାଲ ରାଇଟ୍ସକୁ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ କିଣିଛି। ଏହି ରାଇଟ୍ସ କିଣିବା ପାଇଁ ନେଟ୍‌ଫ୍ଲିକ୍ସକୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।

‘ଗଙ୍ଗୁବାଇ କାଠିୟାବାଡି’ ଏସ୍‌ ହୁସେନ୍‌ ଜୈଦୀଙ୍କ ପୁସ୍ତକ ମାଫିଆ କ୍ୱିନ୍ସ ଅଫ୍‌ ମୁମ୍ବାଇର ଏକ ଚାପ୍ଟର ଉପରେ ଆଧାରିତ। ଫିଲ୍ମରେ ଆଲିଆ ଗଙ୍ଗୁବାଇଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ଫିଲ୍ମ ରିଲିଜ୍‌ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଏହାକୁ ବନ୍ଦ କରାଯାଇଥିଲା। ଜାନୁଆରୀ ପହିଲାରେ ଭଂସାଲୀ ପ୍ରଡକ୍ସନ୍‌ ଗଙ୍ଗୁବାଇ କାଠିୟାବାଡିକୁ ରିଲିଜ୍‌ କରିବାକୁ ସଙ୍କେତ ଦେଇଥିଲେ। ପ୍ରଡକ୍ସନ ହାଉସ୍‌ ଟ୍ଵିଟରରେ ଏକ ଭିଡିଓ ପୋଷ୍ଟ କରି ଲେଖିଥିଲେ, ସାହସର ସହ ୨୦୨୧ରେ ରାଜ୍‌ କରିବାକୁ ପ୍ରସ୍ତୁତ। ଆଖିରେ ଜ୍ୱାଳା ନେଇ ତାଙ୍କ ଅନ୍ଦାଜ ଭୟଙ୍କର। ଆସନ୍ତା ବର୍ଷ ରାଜ୍‌ କରିବ।


ରିପୋର୍ଟ ମୁତାବକ, ‘ଗଙ୍ଗୁବାଇ କାଠିୟାବାଡି’ ରିଲିଜ୍‌ ହେବା ପରେ ଏହାର ଡିଜିଟାଲ ରାଇଟ୍ସକୁ ୭୦ କୋଟି ଟଙ୍କାରେ କିଣିଛି ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ। ତେବେ ବର୍ତ୍ତମାନ ଏହି ଡିଲ୍‌ର କାଗଜପତ୍ର ଆସିବା ବାକି ଅଛି। ଫିଲ୍ମର ଷ୍ଟାରକାଷ୍ଟ ଓ ସଞ୍ଜୟଲୀଲା ଭଂସାଲୀଙ୍କ ଛବି ଯୋଗୁ ନେଟଫ୍ଳିକ୍ସ ଏତେ ବଡ଼ ରକମ ଖର୍ଚ୍ଚ କରିଛି। ଫିଲ୍ମରେ ଶାନ୍ତନୁ ମାହେଶ୍ୱରୀ, ସୀମା ପାହଓ୍ଵା ଓ ବିଜୟ ରାଜ ପ୍ରମୁଖ କଳାକାର ମୁଖ୍ୟ ଭୂମିକାରେ ଅଛନ୍ତି। ସେହିପରି ଅଜୟ ଦେବଗନ୍‌, ଇମ୍‌ରାନ୍‌ ହାସ୍‌ମୀ ଓ ହୁମା କ୍ୟୁରେସୀଙ୍କୁ ସ୍ପେଶାଲ ଭୂମିକାରେ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.