Below header

କୋରପୁଟ କୋଲାବ ଡ୍ୟାମରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ପ୍ରେମିକକୁ ଗିରଫ କଲା ପୋଲିସ

କୋରପୁଟ(କେନ୍ୟୁଜ୍): କୋଲାବ ଡ୍ୟାମରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା । ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ନନ୍ଦପୁର ପୋଲିସ । ଗତ ୬ ତାରିଖରେ କୋରାପୁଟ ଜିଲ୍ଲା ବୋରିଗୁମା ଥାନା ଚାରାଗାଁର ଯୁବତୀ ଗୌରୀ ହରିଜନର ମୃତଦେହ ବାଲିପଦରଗୁଡା ନିକଟ କୋଲାବ ଡ୍ୟାମରେ ଭାସୁଥୁବା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ଘଟଣାର ତଦନ୍ତ କରି ହତ୍ୟା ଅଭିଯୁକ୍ତ ଜୟପୁର ସଦର ଥାନା ପାତ୍ରପୁଟ ଗାଁର ଗୁରୁ ପାଙ୍ଗିକୁ ଗିରଫ କରିଛି ପୋଲିସ ।

ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର, ମୋବାଇଲ ଓ ବାଇକ ଜବତ କରିଛି । ସୂଚନା ଅନୁଯାୟୀ ଗୁରୁ ପାଙ୍ଗି ପୂର୍ବରୁ ବିବାହିତ, ଆଉ ତାର ୩ ବର୍ଷର ଛୁଆ ଥିବା ସତ୍ୱେ ଗୌରୀକୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଆସୁଥିଲା । ବିବାହ ପାଇଁ ଗୌରୀ ବାରମ୍ବାର ଚାପ ପକାଉଥିବାରୁ ଗୁରୁ ପାଙ୍ଗି ପ୍ରେମିକା ଗୌରୀକୁ ତଣ୍ଟିଚିପି ହତ୍ୟା କରିବା ଘଟଣାକୁ ଲୁଚାଇବା ପାଇଁ ମୃତଦେହକୁ କୋଲାବ ଜଳ ଭଣ୍ଡାରରେ ଫୋପାଡି ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.