Below header

ହତ୍ୟା ନାଁ ଆତ୍ମହତ୍ୟା? ନୂଆଁ ବର୍ଷରେ ପ୍ରେମିକାକୁ ଭେଟିବା ପାଇଁ ଜିଦ୍ ଧରିଲା ପ୍ରେମିକ, ଦେଖୁ ଦେଖୁ ପାଲଟିଗଲା ଶବ

ବଲାଙ୍ଗିର(କେନ୍ୟୁଜ୍): ନୂଆଁ ବର୍ଷ ମୁଁ ପ୍ରେମିକା ସହ କାଟିବି । ଏହା କହି ପ୍ରେମିକା ଘରକୁ ଚାଲି ଆସିଲା ପ୍ରେମିକ। ପ୍ରେମିକାକୁ ଭେଟିବା ପାଇଁ ଜିଦ୍ ବି ଧରିଲା। ଖାଲି ସେତିକି ନୁହେଁ ବାହା ହେବାକୁ ବି ଅଡି ବସିଲା। ହେଲେ ଏହା ସମ୍ଭବ ହେଲାନାହିଁ। ବାଧ୍ଯ ହୋଇ ଶେଷରେ ପ୍ରେମିକା ଘର ଆଗରେ ହିଁ ଜୀବନ ହାରିଦେଲା ପ୍ରେମିକ। ଏପରି ଏକ ଘଟଣା ଶୁଣି ଆଶ୍ଚଯ୍ଯ ଲାଗୁଥିଲେ ବି ସତ। ବଲାଙ୍ଗିର ଜିଲ୍ଲା ଦୁଆନ ପାଲି ଗାଁରେ ଘଟିଛି ଏହି ଘଟଣା। ଝିଅ ଘର ସମ୍ମୁଖରେ ହିଁ ପ୍ରେମିକ ନିଜେ ଆତ୍ମହତ୍ଯା କରିଥିବା କୁହାଯାଉଥିବା ବେଳେ ପୁଅ ପରିବାର ଲୋକେ ଆଣିଛନ୍ତି ହତ୍ଯା ଅଭିଯୋଗ।

ଏମିତି କିଛି କହୁଥିଲା ପ୍ରେମିକ: ମୋ ପ୍ରେମିକାକୁ ଦେଖାଅ , ମୁଁ ତାକୁ ବାହା ହେବି ।  ଏପରି କହି କହି ଶେଷରେ ପ୍ରେମିକା ଘର ଆଗରେ ଅଜବ କାଣ୍ଡ ଭିଆଇଦେଲା । ଆଉ କିଛି ସମୟ ପରେ ପ୍ରେମିକାର ଘର ଆଗରେ ପାଲଟିଗଲା ଶବ। ଏହା ଦେଖି ସମସ୍ତେ ତାଜୁବ। ସେମିତି ଗାଁ ଦାଣ୍ଡରେ ପଡି ରହିଥିଲା କୁମ ପଥର ଗାଁର ଗାନ୍ଧୀ ସାଣ୍ଢର ଶବ । ଏପଟେ ଝିଅର ପରିବାର ଲୋକେ କହିଛନ୍ତି, ଯୁବକ ପ୍ରଥମେ ଘରକୁ ଆସି ସମସ୍ତଙ୍କୁ ନମସ୍କାର କରିବା ପରେ ଝିଅକୁ ଭେଟିବାକୁ କହିଥିଲା । ଆଉ ଏଥିରେ ଅସଫଲ ହେବା ପରେ ନିଜ ପେଟରେ ନିଜେ ଛୁରି ଭୁଷି ଆତ୍ମହତ୍ଯା କରିଥିଲା।

ଅନ୍ଯପଟେ ଯାହା ଜଣାପଡିଛି କିଛି ମାସ ଆଗରୁ ଉଭୟ ପୁଅ ଓ ଝିଅ ବିଷ ବି ଖାଇଥିଲେ । ଆଉ ତା ପରେ ଘଟିଲା ଏପରି ଘଟଣା । ମୃତକର ଭାଇ ଅଭିଯୋଗ କରିଛନ୍ତି ଏହା ଆତ୍ମହତ୍ଯା ନୁହଁ । ତାଙ୍କ ଭାଇକୁ ହତ୍ଯା କରାଯାଇଛି । ତେବେ ପୋଲିସ ଉଭୟ ପକ୍ଷର ଅଭିଯୋଗକୁ ନେଇ ତଦନ୍ତି ଜାରି ରଖିଛି ।

ଏହା ଅନ୍ଧ ପ୍ରେମର ପରିଣତି ନୁହେଁ ତ, ନା ଏକ ତରଫା ପ୍ରେମର କୁପରିମାଣ? ଏହା ହତ୍ଯା ନାଁ ଆତ୍ମହତ୍ଯା? ଏପରି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ପ୍ରକ୍ରୁତ ସତ୍ଯାସତ୍ଯ ତଦନ୍ତ ପରେ ହିଁ ଜଣାପଡିଛି। ଅପରପକ୍ଷେ, ପ୍ରେମ ପାଇଁ ଜୀବନ ହାରିବା କଣ ବାହାଦୁରୀର ପରିଚୟ କି? ବାପା ମା କଷ୍ଟ କରି ଜନ୍ମ ଦେବେ, ମଣିଷ କରିବେ ଆଉ କେଇ ମିନିଟର ସୁଖ ପାଇଁ ସବୁ ଭୁଲିଯାଇ, ପରିବାର କଥା ନ ଭାବି ଏମିତି ଜୀବନ ହାରିବା କଣ ଠିକ୍? ଯୁବପୀଡିଙ୍କୁ ଆମେ ଏଦିଗରେ ବାରମ୍ବାର ସଚେତନ କରୁଛୁ ହେଲେ, ଏଭଳି ଘଟଣା ଦିନକୁ ଦିନ ବଢିଚାଲିଛି । ଯାହା ପରିତାପର ବିଷୟ ନୁହେଁ ତ ଆଉ କଣ?

ଇଏ ବି ଏକ ପ୍ରେମ: ପ୍ରେମିକ ଦୁଆରେ ଧାରଣା ଦେଇ ଶେଷରେ ଜିତିଗଲେ ପ୍ରେମିକା

ବାଜା ନାହିଁ କି ବାରାତି ନାହିଁ । ମୋବାଇଲ୍‌ କ୍ଲିକ୍‌ରେ ଗାଁ ଦାଣ୍ଡରେ ହେଲା ବାହାଘର । କାହିଁକି ନା ପ୍ରେମ ସମ୍ପର୍କକୁ ସ୍ୱୀକୃତି ଦେଉନଥିଲେ ପୁଅ ଘର । ହେଲେ ପୁଅ ଘର ବିରୋଧକୁ ସାମନା କଲା ଝିଅ । ବସିଲା ଧାରଣାରେ । ମାଗିଲା ପ୍ରେମର ଅଧିକାର । ଅଧିକାର ନମିଳିବାରୁ ନିଜ ହାତ କାଟିଲା ପ୍ରତିବାଦ କରି । ଅଡ଼ି ବସିଲା ବାହାଘର ପାଇଁ । ଆଉ ଶେଷରେ ପ୍ରେମର ଜୟ ହେଲା । ଗାଁ ଦାଣ୍ଡରେ ମୁକୁଟ ପିନ୍ଧି ପରସ୍ପରକୁ ବରଣମାଳା ଦେଇ ବିବାହ କଲେ ପୁଅ ଓ ଝିଅ । ଝିଅ ମଥାରେ ସିନ୍ଦୂର ଭରି ଦେଲା ପୁଅ ।

ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ଗାଁର ଘଟିଥିଲା ଏଇ ଘଟଣା । ପ୍ରେମିକା ଜଣକ ବ୍ରହ୍ମପୁରର ଟିନାରାଣୀ ସାହୁ । ପ୍ରେମିକ ହେଉଛନ୍ତି ଗାଲେରୀ ଗାଁର ଦୁଷ୍ମନ୍ତ ସାହୁ । ଗତ ୩ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିବା କୁହା ଯାଇଥିଲା । ତେବେ କିଛିଦିନ ତଳେ ଯେତେବେଳେ ଟିନା ବାହାଘଣ କଥା ଉଠାଇଲେ ଦୁଷ୍ମନ୍ତଙ୍କ ପରିବାର ଲୋକେ ରାଜି ହେଲେ ନାହିଁ । ସବୁ ବୁଝାଶୁଝା ଉଦ୍ୟମ ଫେଲ୍‌ ମାରିବା ପରେ ପ୍ରେମିକା ପୁଅ ଘର ସାମନାରେ ବସିଲେ ଧାରଣାରେ । ଅଧିକାର ଲଢ଼େଇରେ ଶେଷରେ ପ୍ରେମ ଜିତିଲା ଓ ଘର ଲୋକଙ୍କ ଜିଦ୍‌ ହାରିଗଲା ।

ତେବେ ଏଠାରେ ଦୁଇ ଦୁଇଟି ପ୍ରେମ କାହାଣୀ, ଆପଣ ହିଁ ବିଚାର କରନ୍ତୁ ପ୍ରେମର ମାନେ କଣ?

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.