ପାଓ୍ଵାରଗ୍ରୀଡ କର୍ପୋରେସନରେ ପଦବୀ ଖାଲି: ବିଟେକ, ବିଏସସି କରିଥିଲେ ତୁରନ୍ତୁ କରନ୍ତୁ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ପାଓ୍ଵାର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏହି ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ପାଓ୍ଵରଗ୍ରୀଡର ଅଫିସିଆଲ ସାଇଟ୍‌ powergrid.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୧୪ ଜାନୁଆରୀ ୨୦୨୩ ରହିଛି। ପ୍ରାର୍ଥୀ ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଦେଖିପାରିବେ ।

ପାଓ୍ଵର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌ ଏହି ଅଭିଯାନ ଜରିଆରେ ୨୩ ପଦବୀରେ ଭର୍ତ୍ତି କରାଯିବ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୪ ଜାନୁଆରୀ ୨୦୨୩ ରହିଛି ।

ପଦବୀ ବିବରଣୀ : ୨୩

ଡେପୁଟି ମ୍ୟାନେଜର : ୧୩
ଆସିଷ୍ଟାଣ୍ଟ ମ୍ୟାନେଜର : ୧୦

ଶିକ୍ଷାଗତ ଯୋଗ୍ୟତା : ଡେପୁଟି ମ୍ୟାନେଜର ପଦବୀ ପାଇଁ ବିଟେକ୍‌, ବିଏସି, ଇଂଜିନିୟରି କରିଥିବା ଜରୁରୀ ।

ଦରମା : ମାସକୁ ୬୦,୦୦୦ ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

କେମିତି ହେବ ଚୟନ :

ଏହି ପଦବୀରେ ପ୍ରାର୍ଥୀଙ୍କ ଚୟନ ପାଇଁ ବ୍ୟକ୍ତିଗତ ସାକ୍ଷାତକାର କରାଯିବ । ସର୍ଟଲିଷ୍ଟ କରାଯିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ପ୍ୟାନେଲରେ ସାମିଲ ହେବା ପାଇଁ ଉପଯୁକ୍ତ ଘୋଷଣା କରାଯିବ ପରେ ଶେଷ ସାକ୍ଷାତକାରରେ ସଫଳତା ପାଇବାକୁ ହେବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ଭରିବାକୁ ହେବ । ଏହି ଭର୍ତ୍ତି ପାଇଁ ଆବେଦନକାରୀଙ୍କୁ ୫୦୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/PWD/ପୂର୍ବତନ ଅଧିକାରୀ ନିଶୁଳ୍କ ଆବେଦନ କରିପାରିବେ ।ଅଧିକ ଜାଣିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ ଚେକ୍‌ କରିପାରିବେ ।

କେମିତି କରିବେ ନୋଟିଫିକେସନ ଡାଉନଲୋଡ :

ପ୍ରଥମନେ ଅଫିସିଆଲ ୱେବସାଇଟ୍‌ ପାଓ୍ଵାରଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌(PGCIL) https://www.powergrid.in/ ଯାଆନ୍ତୁ ।

ତା’ ପରେ ହୋମ ପେଜ ଦେଖାଯିବ।

ଆଉ ଏକ ପେଜ ଖୋଲିବା ପରେ ଏଠାରେ ଥିବା ଡେପୁଟି ମ୍ୟାନେଜର/ଆସିଷ୍ଟାଣ୍ଟ ମ୍ୟାନେଜର ଲିଙ୍କରେ କ୍ଲିକ କରନ୍ତୁ ।

ତା’ ପରେ ଏହାର ପିଡିଏଫ ଜବ୍‌ ନୋଟିଫିକେସନ ନୂଆ ଓ୍ଵିଣ୍ଡୋରେ ଖୋଲିବ। ଏଠାକୁ ଯାଇ ନୋଟିଫିକେସନକୁ ଡାଉନଲୋଡ କରିଦିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.