Below header

ସୋଲେ ଫିଲ୍ମ ଷ୍ଟାଇଲରେ ପ୍ରେମିକର ପ୍ରେମ ନିବେଦନ, ପାଣିଟାଙ୍କିରେ ପଶି ଆତ୍ମହତ୍ୟା ଉଦ୍ୟମ

ପ୍ରେମ ନିବେଦନ କରିବାକୁ ପାଣି ଟାଙ୍କି ଉପରେ ଚଢିଗଲେ ପ୍ରେମିକ। ବଲାଙ୍ଗିର ଜିଲ୍ଲା ଦେଓଗାଁରେ ପ୍ରେମିକର ଏଭଳି ନାଟକ ଦେଖିବାକୁ ମିଳିଛି। ଦେଓଗାଁର କୁଠୁର୍ଲା ଗାଁରେ ଜଣେ ଯୁବକ ପାଣି ଟାଙ୍କି ଉପରକୁ ଚଢିଯାଇ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ।

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୋଲେ ଫିଲ୍ମ ଷ୍ଟାଇଲରେ ପ୍ରେମିକର ପ୍ରେମ ନିବେଦନ। ପ୍ରେମ ନିବେଦନ କରିବାକୁ ପାଣି ଟାଙ୍କି ଉପରେ ଚଢିଗଲେ ପ୍ରେମିକ। ବଲାଙ୍ଗିର ଜିଲ୍ଲା ଦେଓଗାଁରେ ପ୍ରେମିକର ଏଭଳି ନାଟକ ଦେଖିବାକୁ ମିଳିଛି। ଦେଓଗାଁର କୁଠୁର୍ଲା ଗାଁରେ ଜଣେ ଯୁବକ ପାଣି ଟାଙ୍କି ଉପରକୁ ଚଢିଯାଇ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ।

ପ୍ରେମ ସ୍ୱୀକାର ନକଲେ ଆତ୍ମହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ। ପରେ ପାଣି ଟାଙ୍କି କଭର ଖୋଲି ଭିତରକୁ ପଶି ଲକ୍‌ କରିଦେଇଥିଲେ ଯୁବକ। ଦୁଇ ଘଣ୍ଟା ଧରି ପାଣି ଟାଙ୍କି ଭିତରେ ରହିବା ପରେ ତାଙ୍କୁ ଦେଓଗାଁ ଅଗ୍ନିଶମ ବାହିନୀ ଉଦ୍ଧାର କଲା। ପରେ ତାଙ୍କୁ ଦେଓଗାଁ ସରକାରୀ ହସ୍ପିଟାଲକୁ ନିଆଯାଇଛି। ଉଦ୍ଧାର ହୋଇଥିବା ଯୁବକଙ୍କ ନାଁ ପିଣ୍ଟୁ ହରପାଳ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଦେଓଗାଁ ପୋଲିସ କରୁଛି ତଦନ୍ତ ଜାରି ରଖିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.