Below header

କୁଜଙ୍ଗ : ପ୍ରେମକୁ ମିଳିଲାନି ସ୍ୱୀକୃତି, ଶେଷରେ ଗଛରେ ରସି ଲଗାଇ ଝୁଲି ପଡିଲେ ପ୍ରେମୀ ଯୁଗଳ

ପାରାଦୀପ(କେନ୍ଯୁଜ୍): ପ୍ରେମକୁ ମିଳିଲାନି ସ୍ୱୀକୃତି, ବାଛି ନେଲେ ଆତ୍ମହତ୍ଯାର ବାଟ। ଗୋଟିଏ ଗଛରେ ରସି ଲଗାଇ ଝୁଲି ପଡିଲେ ଉଭୟ ପ୍ରେମୀ ଯୁଗଳ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଦୁଆଡିଆ ଗ୍ରାମରେ। ସୂଚନା ମୁତାବକ ଦୁଆଡିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ ବେବିନା ଦାସ (୨୬ ବର୍ଷ) ସେହି ଗ୍ରାମର ନନ୍ଦକିଶୋର ପଲାଇଙ୍କ ପୁଅ ତୁଷାର ପଲାଇ (୨୨ ବର୍ଷ)ଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ଥିଲା। ମାତ୍ର ଝିଅର ବୟସ ଅଧିକା ଯୋଗୁ ଉଭୟ ପରିବାର ଏହାକୁ ସ୍ୱୀକୃତି ଦେଇନଥିଲେ।

suicideଅନ୍ଯପଟେ ବେବିନାଙ୍କ ବାହାଘର ପାଇଁ ଅନ୍ଯ ସ୍ଥାନରେ ବର ଦେଖା ସାରିବା ସହିତ ଗତକାଲି ନିର୍ବନ୍ଧ ପାଇଁ ଦିନ ଧାର୍ଯ୍ଯ କରାଯାଇଥିଲା। ଏହି ସମ୍ପର୍କରେ ଉଭୟ ପ୍ରେମୀ ଯୁଗଳ ଜାଣିବା ପରେ ଗତ ମଙ୍ଗଳବାର ଦିନ ଘରୁ ଫେରାର୍ ହୋଇଯାଇଥିଲେ। ଏନେଇ ଉଭୟ ପରିବାର ବହୁ ଖୋଜାଖୋଜି ପରେ ସଂଧ୍ଯାରେ ଗ୍ରାମ ପାଖରେ ଥିବା ଏକ ଜଙ୍ଗଲିଆ ସ୍ଥାନରେ ଡିମ୍ବିରି ଗଛରେ ଉଭୟଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ। ଅନ୍ଯପଟେ ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଉଭୟଙ୍କ ମୃତ ଦେହକୁ ଜବତ କରିବା ସହ ବ୍ଯବଛେଦ ପାଇଁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ସଂରକ୍ଷିତ ରଖିବା ସହ ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.