ଭୁବନେଶ୍ବରରୁ ୧୩ ପଜିଟିଭ୍ ଚିହ୍ନଟ, ୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଭୁବନେଶ୍ବରରୁ ପୁଣି ୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ହୋମ୍ କ୍ବାରେଣ୍ଟାଇନରୁ ୮ଜଣ ଏବଂ ଲୋକାଲ୍ କେସରୁ ୫ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ଯା ୩୪୫ରେ ପହଁଚିଛି ।

ସୂଚନା ଅନୁଯାୟୀ ଏହି ୧୩ ପଜିଟିଭଙ୍କ ଭିତରୁ ନିଳାଦ୍ରୀ ବିହାର ଅଞ୍ଚଳରୁ ଜଣେ ଆସାମ୍ ଫେରନ୍ତା ଥିବାବେଳେ, ଟଙ୍କପାଣି ରୋଡ୍ ଅଞ୍ଚଳରୁ ୫ଜଣ ସାମିଲ୍ ଅଛନ୍ତି । ଏମାନେ ସଭିଁଏ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାସହ ନୂଆଗାଁରୁ ୨ଜଣ, ଏମାନେ ମଧ୍ଯ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।

ସେହିପରି ୟୁନିଟ୍-୧ ଅଞ୍ଚଳରୁ ଜଣେ ୨୫ ଯୁବକ ପଜିଟିଭ୍ । ସେ ନିକଟରେ ବେଙ୍ଗାଲୁରୁରୁ ଫେରି ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ । ଓଲ୍ଡ ଟାଉନ୍ ଏବଂ ଖଣ୍ଡଗିରି ଅଞ୍ଚଳରୁ ୧ ପଜିଟିଭ୍ ଚିହ୍ନଟ । ସେହିପରି ସାଲିଆସାହି ଅଞ୍ଚଳରୁ ୧ ରେଲୱେ କର୍ମଚାରୀ ଏବଂ ଜୟଦେବ ବିହାରରୁ ଜଣେ ୧୮ବର୍ଷିୟା ଯୁବତୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହା ସହ ଆଜି ଆଉ ୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ଭୁବନେଶ୍ୱରରେ ୧୩୯ ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସମୁଦାୟ  ୨୦୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.