ପାରିବାରିକ କଳହରୁ ମହିଳାଙ୍କୁ ଭୁଜାଲି ମାଡ, ୩ ଗୁରୁତର

ଭଦ୍ରକ(କେନ୍ଯୁଜ୍): ପାରିବାରିକ କଳହରୁ ମରଣାନ୍ତକ ଆକ୍ରମଣ ସହ ମହିଳାଙ୍କୁ ଭୁଜାଲି ମାଡ। ଆକ୍ରମଣରେ ୩ଜଣ ଗୁରୁତର ହୋଇଛନ୍ତି। ଏନେଇ ପ୍ରଥମେ ଧୁଷୁରୀ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଅବସ୍ଥା ଗୁରୁତର ହେବାରୁ ପରେ ଭଦ୍ରକ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାଟି ଧୁଷୁରୀ ଥାନା ଅଧିନସ୍ଥ ଭଣ୍ଡାରିପଡା ଗାଁରେ ଘଟିଯାଇଛି।
ସୂଚନା ମୁତାବକ ଘର କାମ ଚାଲୁଥିବା ବେଳେ ରେଣୁକା ନାୟକ ତାଙ୍କ ପୁଅ ଏବଂ ଝିଅକୁ ଦିଅରମାନେ ମାରଣାସ୍ତ୍ରରେ ସଂଘବଧ ଭାବେ ଆକ୍ରମଣ କରିଥିଲେ। ରେଣୁକାଙ୍କୁ ଭୁଜାଲି ଆକ୍ରମଣରୁ ରକ୍ଷା କରିବାକୁ ଯାଇ ପୁଅ-ଝିଅ ମଧ୍ଯ ଆହତ ହୋଇଛନ୍ତି। ଏନେଇ ରେଣୁକାଙ୍କ ଝିଅ ଧୁଷୁରୀ ଥାନାରେ ଏତଲା ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.