ୟୁଜରଙ୍କ ବ୍ୟକ୍ତିଗତ ଡାଟା ଚୋରି କରୁଥିଲେ ଏହି ୨୫ଟି ଆପ୍‌, ଧରାପଡ଼ିଲା ପରେ ପ୍ଲେ-ଷ୍ଟୋରରୁ ହଟାଇଲା ଗୁଗଲ

ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଗୁଗଲ ନିଜ ପ୍ଲେ-ଷ୍ଟୋରରୁ ୨୫ଟି ମୋବାଇଲ ଆପ୍‌ ହଟାଇଛି। ଏହି ସବୁ ଆପ୍‌ ଫେସବୁକ୍‌ରୁ ୟୁଜର୍ସଙ୍କ ଡାଟା ଚୋରି କରୁଥିଲେ। ଗୁଗଲକୁ ଏହି ଆପ୍‌ ବିଷୟରେ ଫ୍ରାନ୍ସର ସାଇବର ସିକ୍ୟୁରିଟି ଫାର୍ମ Evina ସୂଚନା ଦେଇଥିଲା। ଏହି ଆପ୍‌କୁ ୨୫ ଲକ୍ଷରୁ ଅଧିକ ଥର ଡାଉନ୍‌ଲୋଡ୍‌ କରାଯାଇଛି।

Google Play Store redesign under-works, colorless elements with ...

ଏଥିମଧ୍ୟରୁ କେତେକ ଆପ୍‌ ଗୁଗଲ ପ୍ଲେ-ଷ୍ଟୋରରେ ଗତ ଦୁଇ ବର୍ଷ ହେଲା ଥିଲା। ଏହି ଆପ୍‌ ବିଷୟରେ Evina ନିଜର ଏକ ବ୍ଳଗ୍‌ରେ ସୂଚନା ଦେଇଥିଲା। ଏଥିରୁ ଅଧିକାଂଶ ଆପ୍‌ ଭିଡିଓ ଏଡିଟିଂ, ଫ୍ଲାସ୍‌ ଲାଇଟ୍‌ ଓ ଓ୍ଵାଲ ପେପର ସମ୍ବନ୍ଧୀୟ ଥିଲା। ସେଥିରୁ Super Wallpapers Flashlight ଓ Padenatef ଭଳି ଆପ୍‌କୁ ଲୋକମାନେ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ୱ ଥର ଡାଉନ୍‌ଲୋଡ୍‌ କରିଛନ୍ତି।

google2

Evina ର ରିପୋର୍ଟ ମୁତାବକ ଫୋନ୍‌ରେ ଡାଉନ୍‌ଲୋଡ୍‌ କରି ଓପନ୍‌ କରିବା ପରେ ଏହି ଆପ୍‌ ଫେସ୍‌ବୁକ୍‌ର ଏକ ନକଲି ଆଇଡି ଓପନ କରିଥାଏ। ୟୁଜର ଭାବିଥାନ୍ତି ଯେ ଫେସ୍‌ବୁକ୍‌ର ଲଗ୍‌ ଇନ୍‌ ପାଇଁ ଏଥିରେ ଆଇଡି ଓ ପାସ୍‌ ଓ୍ଵାର୍ଡ ମାଗୁଛି। ଏଣୁ ସେମାନେ ସମସ୍ତ ତଥ୍ୟ ଦେଇଥାନ୍ତି। ମାତ୍ର ଥରେ ଏଥିରେ ଫେସ୍‌ବୁକ ଖୋଲିବା ପରେ ହ୍ୟାକର ଏହି ଡାଟାକୁ ଚୋରି କରିନେଇଥାନ୍ତି। ପରେ ସେମାନେ ନିଜ ଇଚ୍ଛା ମୁତାବକ ଫେସ୍‌ବୁକ୍‌କୁ ଅପରେଟର କରିଥାନ୍ତି।

ଏହି ୨୫ଟି ଆପ୍‌କୁ ଗୁଗଲ ପ୍ଲେ-ଷ୍ଟୋରରୁ ହଟାଇଛି:

google

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.