ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ହିଁ କେବଳ ମିଳିବ ସରକାରୀ ଚାକିରି, ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା

ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ହିଁ କେବଳ ସରକାରୀ ଚାକିରି କରିପାରିବେ। ଏଭଳି ଘୋଷଣା କରିଛନ୍ତି ଝାଡ଼ଖଣ୍ଡର ସୁବେର ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହତୋ। ରାଜ୍ୟରେ ୯୫ ପ୍ରତିଶତ ଶିକ୍ଷକଙ୍କୁ ଅଣଶିକ୍ଷାଦାନ କାର୍ଯ୍ୟରୁ ମୁକ୍ତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ଶିକ୍ଷକମାନେ ପିଲାଙ୍କ ପଢ଼ା ଉପରେ ଧ୍ୟାନ ଦେବେ। ମଙ୍ଗଳବାର ଦିନ ମନ୍ତ୍ରୀ ଶ୍ରୀ ମହତୋ ନାବାଡିହର ଭୂଷଣ ଉଚ୍ଚ ବିଦ୍ୟାଳୟ ପରିସରରେ ସରକାରୀ ଶିକ୍ଷକ ଏବଂ ପାରା ଶିକ୍ଷକଙ୍କ ସହ ଆଲୋଚନା କରିବା ଅବସରରେ ଏଭଳି ଘୋଷଣା କରିଛନ୍ତି।

Pupil-teacher ratio better in govt. schools: Economic Survey - The ...

ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଖୁବ୍‌ଶୀଘ୍ର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦ ପୂରଣ କରାଯିବ। ଏଥିପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପଞ୍ଚାୟତରେ ମଡେଲ ସ୍କୁଲ ସ୍ଥାପନ କରାଯିବ। ପାରା ଶିକ୍ଷକ ମାନଙ୍କର ସମସ୍ତ ବକେୟା ଟଙ୍କା ଏକ ସପ୍ତାହ ମଧ୍ୟରେ ଦିଆଯିବ ବୋଲି ଏ ଅବସରରେ ମନ୍ତ୍ରୀ ଘୋଷଣା କରିଥିଲେ।

Govt rules for safe schools

ଆଲୋଚନା ଅବସରରେ ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ପ୍ରତି ପିଲା ପିଛା ବାର୍ଷିକ ପ୍ରାୟ ୨୦-୨୫ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ବେସରକାରୀ ସ୍କୁଲ ତୁଳନାରେ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଅଧିକ ଦରମା ଦେଉଛନ୍ତି। ଏହା ପରେ ମଧ୍ୟ ବେସରକାରୀ ବିଦ୍ୟାଳୟରେ ନାମ ଲେଖାଇବାକୁ ଲମ୍ବା ଲାଇନ୍‌ ଲାଗୁଛି। ଶିକ୍ଷକ ଓ ଅଭିଭାବକ ନିଜ ମାନସିକତାରେ ପରିବର୍ତ୍ତନ କରିବା ଦରକାର ବୋଲି ଶିକ୍ଷାମନ୍ତ୍ରୀ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.