Below header

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି , ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପକୂଳ ନିକଟରେ ପହଂଚିଛି । ତାହା ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଥିବା ଜଣାଯାଇଛି । ଏହି କାରଣରୁ ନବରଙ୍ଗପୁର ଓ ନୂଆପଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କୋରାପୁଟ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ଗଂଜାମ ଜିଲ୍ଲାରେ ମଧ୍ୟ ପ୍ରବଳ ବେଗରେ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

bay of bengal

ଅନ୍ୟ ପକ୍ଷରେ ଆଜି ରାଜଧାନୀ ଭୁବନେଶ୍ୱରରେ ସକାଳ ସମୟରେ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଆକାଶ ମେଘାଛନ ଥିବା ନେଇ ଆଗକୁ ବର୍ଷ ଲାଗିରହିବ ବୋଲି ସୂଚନା ମିଳିଛି । କହିରଖିବା ଉଚିତ ହେବକି, ଗତକାଲି ସୁଦ୍ଧା ଓଡିଶା ଉପକୂଳ ଛୁଇଁଥିଲା ମୌସୁମୀ ବାୟୁ । କେରଳ ଦେଇ ଆସିଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟରେ ଓଡିଶା ଛୁଇଁଛି । ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ପୂର୍ବରୁ ସୂଚନା ଦେଇଥିଲେ ।

ପୂର୍ବରୁ ୧୧ କିମ୍ବା ୧୨ ତାରିଖ ବେଳକୁ ମୌସୁମୀ ବାୟୁ ଓଡିଶା ଛୁଇଁବା ନେଇ ଆକଳନ କରାଯାଇଥିଲା । ତେବେ ପୂର୍ବାନୁମାନ ଅନୁସାରେ ଓଡିଶାରେ ମୌସୁମୀ ବାୟୁ ପ୍ରବେଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.