Below header

କୋରାପୁଟ: ଆଦିବାସୀଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦେବାକୁ ଦାବି କରିଛି ଆଦିବାସୀ ସଂଘ

କୋରାପୁଟ (କେ ନ୍ୟୁଜ):  ଆଦିବାସୀଙ୍କୁ ବ୍ୟାଙ୍କ ଋଣ ଯୋଗାଇବାକୁ ଆଦିବାସୀ ସଂଘ ଦାବି କରିଛି । ଆଦିବାସୀ ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ ବୋଲି ଆଇନ ନଥିବାରୁ ସେମାନଙ୍କର ବହୁ ଜମି ଥିଲେ ମଧ୍ୟ ଋଣ ମିଳୁନାହିଁ। ଫଳରେ ଅନେକ ସମ୍ପତ୍ତି ଥାଇ ମଧ୍ୟ ଅର୍ଥାଭାବ ସେମାନଙ୍କ ବିକାଶରେ ଆଜି ବାଧକ ସାଜିଛି। ଅର୍ଥର ଅଭାବ କାରଣରୁ କୌଣସି ପ୍ରକାର କ୍ଷୁଦ୍ରଶିଳ୍ପ କିମ୍ବା ଅନ୍ୟକୌଣସି ବ୍ୟବସାୟ କରିପାରୁନାହାନ୍ତି ଆଦିବାସୀ ଲୋକ। ଏହାର ସମାଧାନ ସହ ସେମାନଙ୍କୁ ଋଣ ପ୍ରଦାନରେ ସହାୟତା ନେଇ ଆମ କୋଟିଆ ସଂଗଠନର ଏକ ବୈଠକ ଅନୁଷ୍ଠିତ ହୋଇଛି।

କୋରାପୁଟ ଆଦିବାସୀ ସଂଗ୍ରହାଳୟରେ ଅନୁଷ୍ଠିତ ବୈଠକରେ ଆଦିବାସୀ ନେତା ଜୟରାମ ପାଙ୍ଗୀ, ବଳଭଦ୍ର ମାଝି ପ୍ରମୁଖ ଯୋଗ ଦେଇଥିଲେ। ଏନଏସି, ପୌରାଞ୍ଚଳ ଓ ସହରାଞ୍ଚଳରେ ଆଦିବାସୀଙ୍କ ଜମି ବିକ୍ରୟକୁ ଅନୁମତି ପ୍ରଦାନ କରିବା ସହ ଗୃହ ନିର୍ମାଣ ପାଇଁ ବ୍ୟାଙ୍କରୁ ଋଣ ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛି ସଂଘ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.