ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୩ରେ ଅବପାତ

ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିବର୍ତ୍ତନ ହୋଇଛି। ଏହା ଏବେ ଦକ୍ଷିଣ-ପଶ୍ଚିମ ଓ ତତସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବସ୍ଥିତ ଅଛି। ୨୩ ତାରିଖ ବେଳକୁ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ ।

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିବର୍ତ୍ତନ ହୋଇଛି। ଏହା ଏବେ ଦକ୍ଷିଣ-ପଶ୍ଚିମ ଓ ତତସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବସ୍ଥିତ ଅଛି। ୨୩ ତାରିଖ ବେଳକୁ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ ।

ଏପଟେ ଦକ୍ଷିଣପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିବର୍ତ୍ତନ ହୋଇଛି । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୬ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଆରବସାଗରରେ ବାତ୍ୟା ଆଶଙ୍କା ରହିଛି । ବାତ୍ୟା ସୃଷ୍ଟି ହେଲେ ନାଁ ରହିବ ‘ତେଜ୍ ‘ । ଏଥିଯୋଗୁ ଭାରତ ପ୍ରତି ବିପଦ ନଥିବା କୁହାଯାଉଛି । ଏହା ୟେମେନ ଓ ଓମାନ ଆଡ଼କୁ ମୁହାଁଇବ । ଆରବ ସାଗରରେ ବର୍ତ୍ତମାନ ସୁଦ୍ଧା IMD ବାତ୍ୟାର ଆକଳନ କରିନି । ସ୍ଥିତି ଉପରେ ନଜର ରଖାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.