ଆଜିଠୁ ଗଜପତିରେ ଗଡ଼ିବ ଲକ୍ଷ୍ମୀ ବସ, ଭଚୁର୍ଆଲ ମୋଡରେ ଲୋର୍କାପଣ କରିବେ ମୁଖ୍ୟମନ୍ତ୍ରୀ

ଗାଁ କୁ ଗଡ଼ିବ ଲକ୍ଷ୍ମୀ ବସ । ଗଜପତିରେ ଆଜିଠୁ ଗଡ଼ିବ ଲକ୍ଷ୍ମୀ ବସ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲା ପରେ ଆଜି ଦ୍ବୀତିୟ ପର୍ଯ୍ୟାୟରେ ଗଜପତି ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଲକ୍ଷ୍ମୀ ବସ ସେବା । ମୂଖ୍ୟମନ୍ତ୍ରୀ ୩୬ ଟି ବସ୍ ଗଜପତି ଜିଲ୍ଲାକୁ ଦେଇଛନ୍ତି ।

ଗଜପତି (କେନ୍ୟୁଜ): ଗାଁ କୁ ଗଡ଼ିବ ଲକ୍ଷ୍ମୀ ବସ । ଗଜପତିରେ ଆଜିଠୁ ଗଡ଼ିବ ଲକ୍ଷ୍ମୀ ବସ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲା ପରେ ଆଜି ଦ୍ବୀତିୟ ପର୍ଯ୍ୟାୟରେ ଗଜପତି ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଲକ୍ଷ୍ମୀ ବସ ସେବା । ମୂଖ୍ୟମନ୍ତ୍ରୀ ୩୬ ଟି ବସ୍ ଗଜପତି ଜିଲ୍ଲାକୁ ଦେଇଛନ୍ତି । ଆଜି ଦିନ ୧୧ଟା ୩୦ରେ ଲୋକସେବା ଭବନରୁ ଭଚୁର୍ଆଲ ମୋଡରେ ଯୋଡି ହୋଇ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଲକ୍ଷ୍ମୀ ବସ ସେବାର ଲୋର୍କାପଣ କରିବେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ମନ୍ତ୍ରୀ ଟୁକୁନୀ ସାହୁ ଉପସ୍ଥିତ ରହିବେ।

ତେବେ ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା। ଏହି ଯୋଜନା ଅଧିନରେ ହଜାରେରୁ ଅଧିକ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ଗ୍ରାମାଞ୍ଚଳର ଜନସାଧାରଣଙ୍କ ସାମାଜିକ, ଆର୍ଥିକ ଏବଂ ସାମଗ୍ରିକ ଜୀବିକାକୁ ବୃଦ୍ଧି କରାଯାଇପାରିବ ବୋଲି ଆଶା କରାଯାଉଛି।

ସେପଟେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଆଜିଠୁ ବସ ଧର୍ମଘଟକୁ ଓହ୍ଲାଇଛି ସଂଘ। ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ଘରୋଇ ବସ ସେବା ବନ୍ଦ ରହିବ। ଫଳରେ ପୂଜା ସମୟରେ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇନପାରି ହନ୍ତସନ୍ତ ହେଉଛନ୍ତି। ରାଜ୍ୟରେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.