ଦୟାକରି ପର୍ଯ୍ୟଟକମାନଙ୍କୁ ଠକନ୍ତୁ ନାହିଁ କି ଆମ ଓଡ଼ିଶାକୁ ବଦନାମ୍ କରନ୍ତୁ ନାହିଁ
ଯଦି ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦିଅନ୍ତି ଏବଂ ଏଭଳି ଲୋକଙ୍କୁ ଠକୁଥିବା ସଂସ୍ଥା ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ ତେବେ ପର୍ଯ୍ୟଟକ ମାନଙ୍କର ଓଡିଶା ପ୍ରତି ଉପୁଜୁଥିବା ଅସନ୍ତୋଷର କମ୍ ହୋଇ ପାରନ୍ତା ।
ଭୁବନେଶ୍ୱର(କେନ୍ୟୁଜ୍): ବାଣୀବିହାର ବସ୍ ରହଣି ସ୍ଥଳ। ସନ୍ଧ୍ୟା ସମୟ ସେଠାରେ ଗହଳି ଚହଳି ଲାଗିଥାଏ । ପୋଲିସ ବି ପାଖରେ ଥାଏ । ଏହି ସମୟରେ କିଛି ହିନ୍ଦୀ ଭାଷା କହୁଥିବା ଲୋକ ସେଠାରେ ଉପସ୍ଥିତ ଥାଆନ୍ତି । .ଯେଉଁମାନେ କି ଜଣେ ବ୍ୟକ୍ତିଙ୍କୁ ସେଠାରେ ଘେରିଥାନ୍ତି। ପୋଲିସ ଏହି ସମୟରେ କାହାକୁ ଫୋନ କଲେ। ଫୋନ ସେ ପାଖରୁ କଣ ଶୁଣିଲେ କହିଲେ ହଁ ସେ କହୁଛନ୍ତି ସବୁ ଟଙ୍କା କାରବାର ଠିକ୍ଅଛି କହିଲେ । ତେବେ ହିନ୍ଦୀ ଭାଷା କହୁଥିବା ଲୋକ ମାନେ ଘେରି ଥିବା ଜଣେ ବ୍ୟକ୍ତିଙ୍କୁ ଟଙ୍କା ଫେରାଇ ବାକୁ କହୁଥାନ୍ତି । ଆମେ ଯେତେବେଳେ ଘଟଣା ବିଷୟରେ ଜାଣିବାକୁ ଚେଷ୍ଟା କଲୁ ଜଣା ପଡିଲା ଏମିତି କିଛି ଘଟଣା ।
ଛତିଶଗଡରୁ କିଛି ଲୋକ ପରିବାର ସହ ଆସିଥିଲେ ଓଡିଶା ପରିଭ୍ରମଣ କରିବା ପାଇଁ ଅର୍ଥାତ ଆମର ଓଡିଶାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିବା ପାଇଁ । ସେହି ଛତିଶଗଡ ଲୋକ ମାନେ ପୁରୀ ବୁଲିସାରିବା ପରେ ସେଠାରେ ଥିବା ଏକ ଟ୍ରାଭେଲରୁ ବସ୍ ଭଡା ନେଇଥିଲେ ଭୁବନେଶ୍ୱର ଓ ତାର ଆଖ ପାଖରେ ଥିବା ଦର୍ଶନୀୟ ସ୍ଥାନ ବୁଲିବା ପାଇଁ । ବସଟି ଯେତେବେଳେ ବାହାରିଲା ସେଥିରେ ଜଣେ ଗାଇଡ଼ ସେମାନଙ୍କ ସାଙ୍ଗରେ ଆସିଥିଲେ। ବସ୍ ଭୁବନେଶ୍ୱରର ଆଖ ପାଖ ଦର୍ଶନୀୟ ସ୍ଥାନ ବୁଲାଇ ସାରିବା ପରେ ସନ୍ଧ୍ୟାବେଳେ ବାଣୀବିହାର ନିକଟରେ ପହଁଚିଲା । ବସ୍ ଡ୍ରାଇଭର ଏବଂ ବସ୍ ରେ ଆସିଥିବା ଗାଇଡ଼ ସେମାଙ୍କୁ ବାଣୀବିହାର ନିକଟରେ ଓହ୍ଲାଇ ଦେଇ ଚାଲି ଯାଉଥିଲେ । ଯେତେବେଳେ କି ବସ୍ ଡ୍ରାଭରକୁ ଛତିଶଗଡ ଲୋକ ମାନଙ୍କୁ ମାଷ୍ଟର କ୍ୟାଣ୍ଟିନରେ ଛାଡିବାର ଥିଲା । ସେଠାରୁ ଟ୍ରେନ ଯୋଗେ ଏମାନଙ୍କୁ ନିଜ ଘରକୁ ଫେରିବାର ଥିଲା।
ପ୍ରଥମତଃ ବାଣୀବିହାରରେ ନଛାଡି ସେମାନଙ୍କୁ ମାଷ୍ଟର କ୍ୟାଣ୍ଟିନରେ ଛାଡ଼ିବା କଥା ଦ୍ୱିତୀୟତଃ ଛତିଶଗଡ ଲୋକମାନେ କହିବା କଥା ଟ୍ରାଭେଲର ମାଲିକ ଏମାନଙ୍କୁ ବୁଲେଇବା ପାଇଁ ଜଣେ ଲୋକ ମୁଣ୍ଡ ପିଛା ନବେ ଟଙ୍କା ଭଡା ଚୁକ୍ତି କରିଥିବା ବେଳେ ସେମାନଙ୍କ ଠାରୁ ମୁଣ୍ଡ ପିଛା ୧୭୫ଟଙ୍କା ଭଡା ନେଇଥିଲେ । ତେଣୁ ସେମାନେ ନବେ ଟଙ୍କା ରେ ଚୁକ୍ତି ହେଲା ପରେ ବାକି ଅଧିକା ଟଙ୍କା କେମିତି ନେଲେ ସେ ଟଙ୍କା ଫେରାଇବା ପାଇଁ ଯୁକ୍ତି ଚାଲିଲା । ତଥାପି ଶେଷରେ ଉକ୍ତ ଟ୍ରାଭେଲ ମାଲିକ କୋୖଣସି ଟଙ୍କା ଫେରାଇଲେ ନାହିଁ। ଆମର ରିପୋର୍ଟର ରାଜା ସେହି ବସ କର୍ମଚାରୀଙ୍କୁ ଅନୁରୋଧ କରି ଛତିଶଗଡରୁ ଆସିଥିବା ଲୋକମାନଙ୍କୁ ମାଷ୍ଟର କ୍ୟାଣ୍ଟିନ ରେ ଛାଡିବାକୁ କହିବାରୁ ଅନୁରୋଧ ରକ୍ଷା କରି ଉକ୍ତ ବସଟି ସେମାନଙ୍କୁ ମାଷ୍ଟର କ୍ୟାଣ୍ଟିନ ରେ ଛାଡିଥିଲେ ।
ସତ କହିବାକୁ ଗଲେ ଏହିଭଳି ଓଡିଶା ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଠାରୁ ଟଙ୍କା ଅନ୍ୟାୟ ଉପାୟ ନେବା ଦ୍ୱାରା ପର୍ଯ୍ୟଟକ ମାନଙ୍କର ଚିନ୍ତା ଧରା ଦିନକୁ ଦିନ ଓଡିଶା ପ୍ରତି ଖରାପ ଆସୁଛି । ଯାହା ଫଳରେ ଏମାନଙ୍କ ପାଇଁ ଓଡିଶା ବାହାର ରାଜ୍ୟର ଲୋକଙ୍କ ଆଗରେ ବଦନାମ ହେଉଛି । ଯଦି ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦିଅନ୍ତି ଏବଂ ଏଭଳି ଲୋକଙ୍କୁ ଠକୁଥିବା ସଂସ୍ଥା ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ ତେବେ ପର୍ଯ୍ୟଟକ ମାନଙ୍କର ଓଡିଶା ପ୍ରତି ଉପୁଜୁଥିବା ଅସନ୍ତୋଷର କମ୍ ହୋଇ ପାରନ୍ତା ।