Below header

ଆଇନଜୀବୀ ସନ୍ଦୀପ ନାୟକଙ୍କ ହତ୍ୟା ମାମଲା : ଗିରଫ ଦାବିରେ ହାଇକୋର୍ଟ ବାର ଆସୋସିଏସନର କାର୍ୟ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ବର: ଆଇନଜୀବୀ ସନ୍ଦୀପ ନାୟକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ହାଇକୋର୍ଟ ବାର ଆସୋସିଏସନର କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି । ଗତକାଲି ଅପରାହ୍ଣ ୨ଟା ପରଠାରୁ ଆଇନଜୀବୀମାନେ କାର୍ୟ୍ୟରେ ଯୋଗଦେଇ ନାହାନ୍ତି । ଆଜି ମଧ୍ୟ ଆନ୍ଦୋଳନ ଜାରି ରହିବ । ଆସନ୍ତା ସୋମବାର ଦିନ ଆଇନଜୀବୀମାନେ କାର୍ୟ୍ୟରେ ଯୋଗଦେବେ । ଗତ ୨୮ ତାରିଖ ଦିନ ସନ୍ଦୀପଙ୍କ ମୃତଦେହ କୁଆଖାଇ ନଦୀରୁ ଉଦ୍ଧାର କରାଯାଇଥିଲା । ବାଲିଅନ୍ତା ଥାନାରେ ଏ ନେଇ ମାମଲା ରୁଜୁ କରାଯାଇଛି । ତେବେ ପୋଲିସ ପକ୍ଷରୁ ତଦନ୍ତରେ ଶିଥିଳତା ଓ ଆସାମୀଙ୍କୁ ଗିରଫ କରାଯାଉ ନଥିବା ଅଭିଯୋଗ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.