ପୋଲାଭରମ ମାମଲାରେ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପୋଲାଭରମ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନୋଟିସ କରିଛନ୍ତି । ୩ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ରହିଛି । ପୋଲାଭରମ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀକୁ ନେଇ ଓଡ଼ିଶା ଆପତ୍ତି ଉଠାଇଥିଲା । ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପ ସହ ଜଡ଼ିତ ସମସ୍ତ ୬ଟି ରାଜ୍ୟ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର,ଓ କର୍ଣ୍ଣାଟକ ମଧ୍ୟ ସୁପ୍ରିମକୋର୍ଟରେ ସେମାନଙ୍କ ରିପୋର୍ଟ ଦାଖଲ କରିଛନ୍ତି । ପ୍ରକଳ୍ପ ଦ୍ୱାରା କେତେ ପ୍ରଭାବିତ ହେବେ ଓ କ’ଣ କ୍ଷତି ହେବ ସେ ସଂପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.