Below header

ଆଜି ଟ୍ଵିନ୍‌ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ ସତ୍ୟଜିତ୍‌ ମହାନ୍ତି

ଭୁବନେଶ୍ୱର : ଆଜି ଟ୍ଵିନ୍‌ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ ସତ୍ୟଜିତ୍‌ ମହାନ୍ତି । ଭୁବନେଶ୍ୱର-କଟକର ନୂଆ ପୋଲିସ କମିଶନର ଭାବେ ସେ ଯୋଗ ଦେବେ । ପୋଲିସ କମିଶନର ଓ୍ଵାଇ. ବି. ଖୁରାନିଆଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ସତ୍ୟଜିତ ମହାନ୍ତି । ପୂର୍ବରୁ ସେ ଆଇନଶୃଙ୍ଖଳା ଏଡିଜି ଦାୟିତ୍ୱ ତୁଲାଇଛନ୍ତି । ନୂଆ ପୋଲିସ କମିଶନରଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ । ବିଶେଷକରି ଆଇନ ଶୃଙ୍ଖଳା, ସାଇବର କ୍ରାଇମ୍‌, ଲୁଟ୍‌, ଡକାୟତି, ମହିଳା, ବରିଷ୍ଠ ନାଗରିକ ଓ ଭିଭିଆଇପିଙ୍କ ସୁରକ୍ଷା ଆଦି ବଡ଼ ଚ୍ୟାଲେଞ୍ଜ ରହିବ । ସେହିପରି ପୋଲିସ-ପବ୍ଲିକ ସମ୍ପର୍କକୁ ସେ ଗୁରୁତ୍ୱ ଦେବେ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.