ଏନଆରସିକୁ ନେଇ ଆଟାକିଂ ମୋଡରେ ତୃଣମୂଳ କଂଗ୍ରେସ

ଆସାମ: ଏନ୍ଆରସିକୁ ନେଇ ବିବାଦ ବଢୁଛି । ଏନ୍ଆରସିରୁ ବାଦ୍ ଥିବା ଲୋକଙ୍କୁ ଭେଟିବା ପାଇଁ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ଆସାମର ସିଲଚର ଯାଇଥିଲା । କିନ୍ତୁ ବିମାନବନ୍ଦରରେ ହିଁ ସେମାନଙ୍କୁ ଅଟକା ଯାଇଥିଲା । ବାହାରକୁ ଯିବାକୁ ଦିଆଗଲା ନାହିଁ । ଏହାକୁ ନେଇ ତୃଣମୂଳ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ସମସ୍ତ କର୍ମୀଙ୍କୁ ଅଟକ ରଖାଯାଇଥିଲା। ଏହାକୁ କଡ଼ା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ସିଲଚରରେ ୧୪୪ ଧାର ଜାରି କରାଯାଇଛି । ଆସାମ ପାଇଁ ପ୍ରକାଶ ପାଇଥିଲା, ଜାତୀୟ ରେଜିଷ୍ଟର ଅଫ ସିଟିିଜେନ୍ସ ତାଲିକା । ଯେଉଁଠି ୪୦ ଲକ୍ଷ ଲୋକଙ୍କ ନାଁ ନଥିଲା । ଅଭିଯୋଗ ହେଉଛି, ଅଧିକାଂଶ ଭାରତୀୟ ନାଗରିକ ନାଁ ତାଲିକାରୁ କଟିଯାଇଛି । ଏହାକୁ ନେଇ ରାଜନୀତି ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.