Below header

କୋଭିଡ଼ କଟକଣା ମଧ୍ୟରେ ଆରମ୍ଭ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା

ବ୍ରହ୍ମପୁର(କେନ୍ୟୁଜ୍): କୋଭିଡ଼ କଟକଣା ମଧ୍ୟରେ ଚାଲିଛି ଆରମ୍ଭ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା । ଆଜି ହେଉଛି ତୃତୀୟ ଦିନ। ପରମ୍ପରା ବିଧି ପ୍ରକାରେ ମାଆ ଆଜି ଚାଙ୍ଗୁଡିରୁ ଘଟ ମଧ୍ୟରେ ପ୍ରବେଶ କରିବେ। ଏଥିପାଇଁ ଏକ ନିର୍ଦ୍ଧିଷ୍ଟ କୁମ୍ଭାର ପରିବାର ପକ୍ଷରୁ ଘଟ ଯୋଗାଇଦିଆଯାଇଥିବାବେଳେ ଚିତ୍ରକର ପରିବାର ପକ୍ଷରୁ ଚିତ୍ରିତ କରାଯିବ।

Budhi Thakurani yatra

ଦେଶୀ ବେହେରା ସାହିରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି ମାଆ। କୋଭିଡ କଟକଣା ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ସକାଳ ୫ରୁ ପୂର୍ବାହ୍ନ ୧୦ ଓ ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଅନୁମତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.