Below header

ମାନସିକ ପୂରଣ ପାଇଁ ଏହି ମନ୍ଦିରରେ ବ୍ରତ ଧାରଣ କରନ୍ତି ଭକ୍ତ, ଜାଣନ୍ତୁ ଚିଲିକାର ମଙ୍ଗଳା ମନ୍ଦିରର ମାହାତ୍ମ୍ୟ

ଆଜିକାଲି ଲୋକେ ଧୀରେ ଧୀରେ ସହର ମୁହାଁ ହୋଇ ନିଜ ପାରମ୍ପରିକ ପୂଜା ଉତ୍ସବକୁ ଭୁଲି ଯାଉଛନ୍ତି ଓ ପାଶ୍ଚାତ୍ୟ ସଭ୍ଯତାର ଜୀବନ ଶୈଳୀକୁ ଆପଣାଇବାରେ ଲାଗିଛନ୍ତି। କିନ୍ତୁ ଏବେ ବି ଗ୍ରାମାଞ୍ଚଳରେ ସେହିସବୁ ପ୍ରାଚୀନ ଆସ୍ଥା ଓ ବିଶ୍ୱାସକୁ ପାଥେୟ କରି ଚୈତ୍ର ମାସରେ ଶହ ଶହ ପୁରୁଷ ଭକ୍ତ ମାନସିକ ବ୍ରତ ରଖି ଦଣ୍ଡ ଯାତ୍ରାରେ କାଳସୀ ରୂପେ ବାବା ଭୋଳାନାଥଙ୍କ ନିକଟରେ ଏକ ମାସ ପାଇଁ ସମର୍ପିତ ହୋଇଥାନ୍ତି।

ତେବେ ଏହି ଚୈତ୍ର ମାସରେ ଶହଶହ ମହିଳା ଭକ୍ତ ମଙ୍ଗଳବାର ଚିଲିକା କୂଳରେ ଥିବା ଜୀବନଦେଇପୁରସ୍ଥିତ ମା’ ମଙ୍ଗଳା ମନ୍ଦିରରେ ମାନସିକ କୁମ୍ଭ ବସାଇ ଏକ ମାସ ପାଇଁ ବ୍ରତ ରଖିଥାନ୍ତି ଓ ପୂର୍ଣ୍ଣିମାରେ ବ୍ରତ ସମାପନ କରନ୍ତି। ମା’ଙ୍କ ନିକଟରେ ପ୍ରତି ମଙ୍ଗଳବାର ମାନସିକ ବ୍ରତଧାରୀ ଉପସ୍ଥିତ ରହି ପୂଜାର୍ଚ୍ଚନା କରନ୍ତି। ଏଥି ସହ ଏହି ଅଞ୍ଚଳରେ ଚୈତ୍ରମାସ ପୂର୍ଣ୍ଣିମା ଦିନ ଗ୍ରାମଦେବୀଙ୍କୁ ଗଜା ମୁହାଁ ଓ ପଣା ଦେଇ ଗ୍ରାମକୁ ରୋଗ ବ୍ଯାଧି, ମହାମାରୀ, ଅଗ୍ନି ଭୟ, ଚୋର ଭୟରୁ ଉଦ୍ଧାର ନିମିତ୍ତ ନିଶାର୍ଦ୍ଧରେ ପୂଜା କରାଯାଏ।

ଏଠାରେ ମା’ ମଙ୍ଗଳା ବହୁ ପ୍ରାଚୀନ କାଳରୁ ବିରାଜମାନ କରିଛନ୍ତି। ମା’ଙ୍କର ଚୈତ୍ର ମାସର ସ୍ୱତନ୍ତ୍ର ପୂଜା ବିଧି ରହିଛି। ମାନସିକ ଧାରୀ ଭକ୍ତମାନେ ମଙ୍ଗଳା ମନ୍ଦିରରେ ନିଜର ମନୋବାଞ୍ଚା ପୂର୍ଣ୍ଣ ପାଇଁ ମାନସିକ କୁମ୍ଭ ବସାନ୍ତି। ଚୈତ୍ର ମାସ ଶେଷ ମଙ୍ଗଳବାର ଦିନ ଏଠାରେ ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ। ମା’ଙ୍କ ନିକଟରେ ମାନସିକ ଚୈତ୍ର ମାସରେ କୁମ୍ଭ ବସାଇଲେ ନିଶ୍ଚିତ ରୂପେ ତାହାର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି କୁହନ୍ତି ସ୍ଥାନୀୟ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.