ନିଆରା ଢଙ୍ଗରେ ପାଳିତ ହେଲା ମା’ ମାହେଶ୍ୱରୀ ପୂଜା, ଯଜ୍ଞ ଓ ଆହୁତି ସହ ହେଲା ଶେଷ

ଆଶ୍ଵୀନ ମାସ ଆସିଲେ ସୁବର୍ଣ୍ଣପୁର ଜିଲ୍ଲା ଗାଁ ଗାଁରେ ଆରମ୍ଭ ହୋଇଯାଇଥାଏ ଶକ୍ତି ଉପାସନା । ମନ୍ତ୍ର,ଯନ୍ତ୍ର ଓ ତନ୍ତ୍ର ଭିତରେ ପୂଜା ପାଇଥାନ୍ତି ସମସ୍ତ ଦେବୀ । ଶୋଡଷ ଉପଚାରରେ ୧୬ ଦିନଧରି ନିଷ୍ଠାର ସହ ଉପାସକମାନେ ଦେବୀଙ୍କ ପୂଜା କରିଥାନ୍ତି ।

ମା’ଙ୍କୁ ଆରାଧନା କଲେ ପୂର୍ଣ୍ଣ ହୁଏ ସମସ୍ତ ମନସ୍କାମନା । ଏଭଳି ବିଶ୍ୱାସକୁ ନେଇ ମା’ଙ୍କର ବିଭିନ୍ନ ପୂଜା କରାଯାଇଥାଏ । ସମସ୍ତ ପୂଜା ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାର ମାହେଶ୍ୱରୀ ପୂଜା ସ୍ୱତନ୍ତ୍ର । ସ୍ତମ୍ୱେଶ୍ଵରୀ,ଖମ୍ୱେଶ୍ଵରୀ ଓ ମାହେଶ୍ଵରୀଙ୍କ ଶକ୍ତି ପୀଠହେଉଛି ସୁବର୍ଣ୍ଣପୁର । ତେବେ ଓଡ଼ିଶାରେ ଅନେକ ମନ୍ଦିର ରହିଛି । ପ୍ରତ୍ୟେକ ମନ୍ଦିରର ମାହାତ୍ମ୍ୟ ଭିନ୍ନ । କିନ୍ତୁ ସୁବର୍ଣ୍ଣପୁରରେ ଥିବା ମାହେଶ୍ୱରୀ ମା’ ହେଉଛନ୍ତି ଅନ୍ୟତମ । କାରଣ ଦୁର୍ଗାପୂଜା ସମୟରେ ମା’ଙ୍କର ୧୬ ଦିନ ଧରି ପୂଜା କରାଯାଇଥାଏ ।

ଆଶ୍ଵୀନ ମାସ ଆସିଲେ ସୁବର୍ଣ୍ଣପୁର ଜିଲ୍ଲା ଗାଁ ଗାଁରେ ଆରମ୍ଭ ହୋଇଯାଇଥାଏ ଶକ୍ତି ଉପାସନା । ମନ୍ତ୍ର,ଯନ୍ତ୍ର ଓ ତନ୍ତ୍ର ଭିତରେ ପୂଜା ପାଇଥାନ୍ତି ସମସ୍ତ ଦେବୀ । ଶୋଡଷ ଉପଚାରରେ ୧୬ ଦିନଧରି ନିଷ୍ଠାର ସହ ଉପାସକମାନେ ଦେବୀଙ୍କ ପୂଜା କରିଥାନ୍ତି । ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ହରଡଖୋଲ ଗାଁରେ ଥିବା ଇଷ୍ଟଦେବୀ ମା’ ମାହେଶ୍ଵରୀଙ୍କ ପୂଜା ଅଷ୍ଟମୀ ତିଥିରୁ ଆରମ୍ଭ ହୋଇଥିଲା । ଗାଁର ଡୁମ୍ୱାଳ ସମ୍ପ୍ରଦାୟର ଇଷ୍ଟଦେବୀ ମା’ ମାହେଶ୍ଵରୀ ହୋଇଥିବାରୁ ଏହି ସମ୍ପ୍ରଦାୟ ନିଷ୍ଠା ଓ କାଷ୍ଟାର ସହ ୧୬ ଦିନ ଧରି ମା’ଙ୍କ ପୂଜା ଆରାଧନା କରିଥିଲେ । ଏହି ଯାତ୍ରାର ବର୍ତ୍ତମାନ ସମାପନ ହୋଇଛି । ବ୍ରାହ୍ମଣଙ୍କ ଯଜ୍ଞ ଓ ଆହୁତି ସହ ଚଳିତ ବର୍ଷର ମାହେଶ୍ଵରୀ ପୂଜା ଶେଷ ହୋଇଥିବା ସେବାୟତମାନେ କହିଛନ୍ତି ।

ମା’ଙ୍କ ପାଇଁ ଭକ୍ତଙ୍କ ମନରେ ରହିଛି ଅଗାଢ଼ ବିଶ୍ୱାସ । ମା’ ମାହେଶ୍ୱରୀଙ୍କ ପୂଜା ଧୁମଧାମରେ ଶେଷ ହୋଇଛି । ମା’ଙ୍କ ପୂଜା ଦେଖିବା ପାଇଁ ଆଖପାଖ ଅଞ୍ଚଳ ଲୋକଙ୍କ ଭିଡ଼ ଜମେ । ମା’ଙ୍କ ବେଶ ଦେଖିଦେଲେ ଭକ୍ତର ମନ ଖୁସି ହୋଇଯାଏ । ଏହି ପୂଜା ଟିକେ ଭିନ୍ନ ଶୈଳୀରେ କରାଯାଇଥାଏ ତେଣୁ ଦୂର ଦୂରାନ୍ତରରୁ ଲୋକମାନେ ମଧ୍ୟ ଏଠାକୁ ଆସନ୍ତି । ମା’ଙ୍କ ପୂଜା ନିଆରା ଢଙ୍ଗରେ ପାଳନ କରାଯାଇଥାଏ । ଫୁଲ ଚନ୍ଦନ ସିନ୍ଦୁରରେ ମା’ଙ୍କୁ ସଜା ଯାଇଥାଏ । ୧୬ ଦିନ ପର୍ଯ୍ୟନ୍ତ ସମସ୍ତ ରୀତିନୀତି ସହ ଏଠାକାର ପୂଜା ପାଳନ କରାଯାଇଥାଏ । ସେବାୟତ ମାନେ ନିଷ୍ଠାର ସହ ମା’ଙ୍କ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ମା’ଙ୍କ ପାଖରେ ଶ୍ରଦ୍ଧାଳୁ ମାନେ ଯାହା ବି ମାନସିକ କରନ୍ତି ତାହା ନିଶ୍ଚିତ ପୂରଣ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.