Below header

ଝାଡଖଣ୍ଡ ହାଇକୋର୍ଟରେ ମଦଭାଟି ଘଟଣା : ସିବିଆଇ କିମ୍ବା ଇଡି ତଦନ୍ତ କରିବାକୁ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା

ଝାଡ଼ଖଣ୍ଡ ହାଇକୋର୍ଟରେ ମଦଭାଟି ଟଙ୍କା ମାମଲା। ଝାଡ଼ଖଣ୍ଡ ରାଜ୍ୟସବା ସାଂସଦ ଓ ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ବାସଭବନ ଓ ବ୍ୟବସାୟିକ ସଂସ୍ଥାରୁ ଆୟକର ବିଭାଗ ୩୫୪ କୋଟି ଟଙ୍କା ଜବତ କରିବା ପରେ ଏ ନେଇ ଝାଡ଼ଖଣ୍ଡ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି।

ଝାଡ଼ଖଣ୍ଡ (କେନ୍ୟୁଜ): ଝାଡ଼ଖଣ୍ଡ ହାଇକୋର୍ଟରେ ମଦଭାଟି ଟଙ୍କା ମାମଲା। ଝାଡ଼ଖଣ୍ଡ ରାଜ୍ୟସବା ସାଂସଦ ଓ ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ବାସଭବନ ଓ ବ୍ୟବସାୟିକ ସଂସ୍ଥାରୁ ଆୟକର ବିଭାଗ ୩୫୪ କୋଟି ଟଙ୍କା ଜବତ କରିବା ପରେ ଏ ନେଇ ଝାଡ଼ଖଣ୍ଡ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଜାମସେଦପୁରର ବାସିନ୍ଦା ଡାନିଏଲ ଦାନିଶଙ୍କ ପକ୍ଷରୁ ଏହି ମାମଲା ରୁଜ୍ଜୁ କରାଯାଇଛି।

ଏହି ମାମଲାରେ କେନ୍ଦ୍ର ସରକାରଙ୍କ ସିବିଡ଼ିଟି ଅଧ୍ୟକ୍ଷ, ଆୟକର ବିଭାଗ ମହାନିର୍ଦ୍ଦେଶକ, ସିବିଆଇ ନିର୍ଦ୍ଦେଶକ, ପ୍ରବର୍ତ୍ତନ ବିଭାଗ ନିର୍ଦ୍ଦେଶକ ଓ ମୁଖ୍ୟ ନିର୍ବାଚନ କମିଶନଙ୍କୁ ପକ୍ଷଭୁକ୍ତ କରାଯାଇଛି। ରାଜ୍ୟସଭାରୁ ଧୀରଜ ସାହୁଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଜନସ୍ୱାର୍ଥ ମାମଲାରେ ପ୍ରାର୍ଥନା କରାଯାଇଛି। ଧୀରଜ ବ୍ୟବସାୟ ସଂସ୍ଥାରୁ ଜବତ ଅର୍ଥ ବିବାଦୀୟ ମହାଦେବ ଆପ ର ଓ ଏହା ଆଗାମୀ ନିର୍ବାଚନ ପାଇଁ ଓଡିଶା, ଝାଡ଼ଖଣ୍ଡ, ଛତିଶଗଡ଼ରେ ରଖାଯାଇଥିଲା ବୋଲି ପିଟିସନରେ ଆବେଦନକାରୀ ଅଭିଯୋଗ କରିଛନ୍ତି। ଧୀରଜ ସାହୁଙ୍କ ପରିବାର ଦୀର୍ଘ ଏକ ଶହ ବର୍ଷ ଧରି ମଦ ବ୍ୟବସାୟ ସହିତ ଜଡିତ ଓ ଏହା ସହିତ ମେଡ଼ିକାଲ, ହୋଟେଲ, ସ୍କୁଲ, ପରିଵହନ, ରିଅଲ ଇଷ୍ଟେଟ ଓ ଅଟୋମୋବାଇଲ ଭଳି ବ୍ୟବସାୟରେ ତାଙ୍କ ପରିବାର ସଂପୃକ୍ତ ବୋଲି ଆବେଦନରେ ଦର୍ଶାଯାଇଛି।ଏ ସମସ୍ତ ବ୍ୟବସାୟକୁ ତଦନ୍ତ ପରିସରକୁ ଆଣିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.