Below header

ମାଓ ଯୋଜନା ପଣ୍ଡ, କମ୍ବିଂ ଅପରେସନ ବେଳେ ଜବତ ହେଲା 40 IED

ମାଓବାଦୀଙ୍କ ବଡ଼ ଅପରେସନ ଯୋଜନା ପଣ୍ଡ। ଜବତ ହେଲା ପ୍ରାୟ 40 IED। ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ ପରେ କମ୍ବିଂ ଅପରେସନ ଜାରି। ବୌଦ୍ଧ ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ଚାଲିଛି କମ୍ବିଂ ଅପରେସନ।

ବୌଦ୍ଧ (କେନ୍ୟୁଜ): ମାଓବାଦୀଙ୍କ ବଡ଼ ଅପରେସନ ଯୋଜନା ପଣ୍ଡ। ଜବତ ହେଲା ପ୍ରାୟ 40 IED। ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ ପରେ କମ୍ବିଂ ଅପରେସନ ଜାରି। ବୌଦ୍ଧ ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ଚାଲିଛି କମ୍ବିଂ ଅପରେସନ। SOGର ୧୫ଟି ଟିମ୍ କମ୍ବିଂ ଅପରେସନରେ ସାମିଲ ହୋଇଛନ୍ତି। ଗୁଳି ବିନିମୟରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ମାଓବାଦୀମାନେ ପ୍ରାୟ 400 IEDଖଞ୍ଜି ବଡ଼ ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ। ବୋମା ନିଷ୍କ୍ରିୟକାରୀ ଟିମ୍ ବୋମାକୁ ଅକାମୀ କରୁଛନ୍ତି। ଜଙ୍ଗଲରୁ କିଛି ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ଦେଇଛନ୍ତି ADG ଅପରେସନ।  ଗତକାଲି ପ୍ରାୟ ଦେଢ଼ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। KKBN ସଂଗଠନର ମାଓବାଦୀ SOG ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ଯବାନ ପାଲଟା ଗୁଳିଚାଳନା କରିଥିଲେ। ପୂର୍ବରୁ ମଧ୍ୟ ଏଠାରେ ଅପରେସନ କରି ମାଓ କ୍ୟାମ୍ପ ନଷ୍ଟ କରିଥିଲେ ସୁରକ୍ଷା ବାହିନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.